Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଧବଳେଶ୍ଵରଙ୍କ ପୀଠରେ ଲାଗିବ ୧୪୪ ଧାରା, ସୋମବାର ଭୋର ୪ରୁ ରାତି ୧୦ଟା ଯାଏଁ ରହିବ କଟକଣା

31/10/2021 at 8:59 AM

ଆଠଗଡ଼ ୩୧।୧୦: ଆଠଗଡ଼ ଶୈବପୀଠରେ ଲାଗିବ ୧୪୪ ଧାରା । ଆସନ୍ତାକାଲି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଏଭଳି କଟକଣା ଜାରି କରାଯାଇଛି।  ସୋମବାର ଭୋର ୪ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଖବର ଅନୁଯାୟୀ, କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ହେଲେ ଏବେ ଯାଏଁ ସଂପୂର୍ଣ୍ଣ ଭାବେ କରୋନା ଲୋପ ପାଇନାହିଁ । ତେଣୁ ରାଜ୍ୟ ସରକାର ପର୍ବ ପର୍ବଣୀ ଉପରେ କିଛିଟା କଟକଣା ଜାରି କରିଛନ୍ତି । ତେବେ ଆସନ୍ତାକାଲି କାର୍ତ୍ତିକ ମାସର ୨ୟ ସୋମବାର । ଏହାକୁ ଦୃଷ୍ଟିରେ ରଖି କିଛିଟା ପଦକ୍ଷେପ ନେଇଛନ୍ତି ପ୍ରଶାସନ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ହବିଶ୍ୟାଳୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବାବା ଧବେଳଶ୍ୱର ପୀଠକୁ ନଆସିବାକୁ ବାରଣ କରାଯାଇଛି । ଏପରିକି ଭିଡ଼ ଏଡାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଭୋର ୪ଟାରୁ ରାତି ୧୦ ଯାଏଁ ୧୪୪ ଧାରା ଜାରି ରହିବ । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

   Related Posts