Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଟ୍ବିନ୍‌ ସିଟିରେ ଆଜି ରାତି ୯ରୁ ୧୪୪ ଧାରା, ଥାନାରେ ବସିବେ ଅମାନିଆ

31/12/2020 at 2:01 PM

ଭୁବନେଶ୍ୱର ୩୧।୧୨: ଗୋଟିଏ ଦିନ ପରେ ନୂତନ ବର୍ଷ ଆରମ୍ଭ ହେବ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ତେବେ ରାଜ୍ୟ ସରକାରଙ୍କ ନାଇଟ୍‌ କର୍ଫ୍ୟୁ ଘୋଷଣା କରିବାର କିଛି ସମୟରେ କମିଶନରେଟ୍‌ ଟ୍ବିନ୍‌ ସିଟିରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ଘୋଷଣା କରିଛନ୍ତି ପୋଲିସ କମିଶନର ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ କଟକଣା ଲଗାଇଛନ୍ତି କମିଶନରେଟ୍‌ ପୋଲିସ । ଏପରିକି ଟ୍ବିନ୍‌ ସିଟିରେ ଆଜି ରାତି ୯ଟାରୁ ୧୪୪ ଧାରା ଜାରି କରାଯାଇଛି । ସୁରକ୍ଷାଦୃଷ୍ଟିରୁ ଟ୍ୱିନ୍‌ ସିଟିରେ  ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜିରୋ ନାଇଟ୍‌ ସେଲିବ୍ରେସନ ନକରିବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି । ପୋଲିସକୁ ସହଯୋଗ କରିବା ପାଇଁ ସାଧାରଣଲୋକଙ୍କୁ ଅନୁରୋଧ କରିଛନ୍ତି କମିଶନର । ଆଜି ରାତି ୯ଟା ସୁଦ୍ଧା ସମସ୍ତ ଦୋକାନ ବଜାର ବନ୍ଦ ପାଇଁ କମିଶନର ନିର୍ଦ୍ଦେଶ  ଦେଇଛନ୍ତି । ଘରୋଇ ଆପାର୍ଟମେଣ୍ଟରେ ଭୋଜି ଓ ସମାବେସ ଉପରେ ବି କଟକଣା ଲଗାଇଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସୁବିଧା ଏବଂ ଗମନାଗମନ ଉପଲବ୍ଧ ରହିବ । ଯଦି ଏହି ସମୟରେ କେହି କେହି ବି ନିୟମ ନମାନି ବାହାରେ ବୁଲୁଥିବାର ଦେଖିବାକୁ ମିଳିଲେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କେବଳ ପାସ୍‌ ଥିବା ଲୋକ ହିଁ ଯାଇପାରିବେ ।

   Related Posts