ମୁମ୍ବାଇରେ ଗଣେଶ ପୂଜା ଲାଗି ୧୪୪ ଧାରା ଜାରି ! ପୂଜା ପାଇଁ ମଣ୍ଡପକୁ ଯାଇପାରିବେନି ଶ୍ରଦ୍ଧାଳୁ

Published By : Prameya-News7 Bureau | September 09, 2021 IST

ମୁମ୍ବାଇ ୯।୯: ସାରା ଦେଶରେ ୧୦ ସେପ୍ଟେମ୍ବର ଶୁକ୍ରବାର ବିଘ୍ନରାଜ ଗଣେଶଙ୍କ ଆବାହନ ହେବ। ମହାରାଷ୍ଟ୍ର ରାଜଧାନୀରେ ମଧ୍ୟ ଧୁମଧାମରେ ପାଳିତ ହେବ ଗଣେଶୋତ୍ସବ। ହେଲେ ସରକାର ଗଣେଶପୂଜା ଦିନ ମୁମ୍ବାଇରେ ୧୪୪ ଧାରା ଜାରି କରିଛନ୍ତି। ଏଣୁ ପୂଜା ମଣ୍ଡପକୁ ଯାଇ ଭକ୍ତଙ୍କ ପୂଜା ଉପରେ ଚଳିତବର୍ଷ ରୋକ ଲାଗିଯାଇଛି। ମହାରାଷ୍ଚ୍ରରେ ଏବେବି କରୋନା ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏଣୁ ପାର୍ବଣରେ ଭୂତାଣୁ ସଂକ୍ରମଣ ନେଇ ସରକାର ଏପରି ପଦକ୍ଷେପ ନେଇଥିବା ସୂଚିତ କରିଛନ୍ତି।

{"id":509003,"width":838,"height":550,"sizeSlug":"full","linkDestination":"none"}

ମୁମ୍ବାଇ ପୋଲିସ ଦ୍ୱାରା ଜାରି ୧୪୪ ଧାରୀ ୧୦ ସେପ୍ଟେମ୍ବର ସକାଳୁ ଲାଗୁ ହେବ, ଯାହା ଗଣେଶ ଉତ୍ସବ ଉଦଯାପନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ସହରର କୌଣସି ସ୍ଥାନରେ ୫ ଜଣ ଏକତ୍ର ହୋଇପାରିବେନି ବୋଲି ଆଇନରେ ବାରଣ ରହିଛି। ସେହିପରି ଗଣେଶ ଚତୁର୍ଥୀରେ ଲୋକଙ୍କ ପୂଜା ପେଣ୍ଡାଲ ବୁଲିବା ଉପରେ ବି ଆଇନ ଦ୍ୱାରା ବାତିଲ ହୋଇଯାଇଛି। ଗଣେଶ ପୂଜା ପେଣ୍ଡାଲ ହିଁ ଉତ୍ସବର ମୁଖ୍ୟ ଆକର୍ଷଣ ତେବେ ୧୪୪ ଧାରାରେ ଏଥିପ୍ରତି ରୋକ ଲଗାଇ ଦିଆଯାଇଛି।

{"id":509004,"width":837,"height":552,"sizeSlug":"full","linkDestination":"none"}

ଏହା ଛଡା ୧୪୪ ଧାରା ଯୋଗୁ ଗଣେଶ ଉତ୍ସବ ପାଳନ କାଳରେ ସହରର କୌଣସି ସ୍ଥାନରେ ବଡ କାର୍ଯ୍ୟକ୍ରମ ଆୟୋଜନର ଅନୁମତି ମଧ୍ୟ ଦିଆଯିବନି। ଏଣୁ କୌଣସି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳିତ ହୋଇପାରିବନି। ତେବେ ପୂଜା ପେଣ୍ଡାଲରୁ ଲୋକେ ଗଣେଶଙ୍କୁ ଅନଲାଇନ ଦର୍ଶନ କରିପାରିବେ। ତେବେ ରାଜ୍ୟରେ ଗଣେଶ ପୂଜା ପୂର୍ବରୁ ସରକାର କଡାକଡି ସାମାଜିକ ଦୂରତା ପାଳନ ହେବେ ବୋଲି କହିଥିଲେ। ଏ ନେଇ ଗୃହ ବିଭାଗ ପକ୍ଷରୁ ଗୁରୁବାର ଜାରି ସର୍କୁଲାରରେ ଲୋକଙ୍କୁ ପୂଜା ପେଣ୍ଡାଲ ବୁଲିବାର ଅନୁମତି ମଧ୍ୟ ବାତିଲ କରାଯାଇଛି। ଗଣେଶ ଉତ୍ସବ ଲାଗି ପୂର୍ବରୁ ମହାରାଷ୍ଟ୍ର ସରକାର ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି। ସେହି ଅନୁସାରେ ପୂଜା ଆୟୋଜନ ହେବ ବୋଲି ଗୃହମନ୍ତ୍ରାଳୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.