କାର୍ତ୍ତିକ ମାସର ଶେଷ ସୋମବାରରେ ମଧ୍ୟ ହବିଷ୍ୟାଳୀଙ୍କୁ ପୀଠ ମନା, ୧୦୮ ଗରା ସୁବାଷିତ ଜଳରେ ସ୍ନାନ କଲେ ଧବଳେଶ୍ୱର ମହାଦେବ

Published By : Prameya-News7 Bureau | November 15, 2021 IST

ଆଠଗଡ଼, ୧୪/୧୧: ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର ତଥା ପହିଲି ପଞ୍ଚୁକ । ପ୍ରଥା ରହିଛି ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ଅଁଳାନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅର୍ଥାତ୍ ୧୨ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଧବଳେଶ୍ୱର ପୀଠକୁ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପଞ୍ଚୁକ ସମେତ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ପୀଠକୁ ୧୪୪ ଧାରା ଜାରି କରିବା ସହିତ ଭକ୍ତ, ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀମାନଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି ।

wp:html https://www.youtube.com/watch?v=91n8JHKrF3c /wp:html

କେବଳ ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାରର ରୀତିନୀତି କରାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ, କୋଭିଡି କଟକଣା ପାଇଁ ଶ୍ରଦ୍ଧାଳୁମାନଙ୍କୁ ନିରାଶ ହେବାକୁ ପଡୁଛି। ଅନ୍ୟପଟେ ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ସହିତ ବାବାଙ୍କର ରୀତିନୀତି ପୂଜକ ସମିତି ପକ୍ଷରୁ ସମ୍ପନ୍ନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.