ଭଦ୍ରକରେ ୧୪୪ଧାରା ଜାରି, ଆବଶ୍ୟକ ପଡିଲେ ସମୟସୀମା ବୃଦ୍ଧି କରାଯିବ
17/03/2020 at 1:01 PM

ଭଦ୍ରକ ୧୭।୦୩ : ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାପୀ କରୋନା ପାଇଁ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଧାରା ଜାରି ରହିବା ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ସମୟସୀମା କୁ ବଢ଼ାଯିବ ବୋଲି ସୂଚନା ଦେଇଛନ୍ତି ।

ଆଖଣ୍ଡଳମଣି ପୀଠ ଓ ଭଦ୍ରକାଳୀ ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକ ରେ ଶ୍ରଦ୍ଧାଳୁ ଙ୍କ ଆଗମନ ଉପରେ ଆଙ୍କୁଶ ଲଗାଇଛି ଜିଲ୍ଲା ପ୍ରଶାସନ । ୫ଜଣ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସମସ୍ତ ମଲ କୁ ବନ୍ଦ କରାଯାଉଛି । ଯଦି କୌଣସି ବ୍ୟକ୍ତି ଙ୍କୁ ସନ୍ଦେହ ହେବ ତେବେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଚିକିତ୍ସାରେ ସହଯୋଗ କରାଯିବ । ଏବଂ ଗୁଜବକାରୀଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛି ।

ଆବଶ୍ୟକ ସ୍ଥଳେ ସୋସିଆଲ ମିଡ଼ିଆ ରେ ଗୁଜବ ସୃଷ୍ଟି କରୁଥିବା ଲୋକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସମସ୍ତ ଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ଅନୁରୋଧ କରୁଛି । ସତର୍କତାମୁଳକ ପଦକ୍ଷେପ ଭାବେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଧାର ପଞ୍ଜିକରଣ ଉପରେ ମଧ୍ୟ ରୋକ ଲଗାଯାଇଛି ।