Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଦେଶରେ କରୋନା ରୋଗୀ ୧୪,୩୭୮କୁ ବୃଦ୍ଧି, ୨୩ ରାଜ୍ୟରେ ଜମାତିଙ୍କ କାରଣରୁ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

18/04/2020 at 5:21 PM

ନୂଆଦିଲ୍ଲୀ ୧୮।୦୪: ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୪୩୭୮କୁ ବୃଦ୍ଧି ଘଟିଛି। ଏଥିରେ ୪୨୯୧ ସଂକ୍ରମିତ ତବଲିଗି ଜମାତ ସହ ଜଡିତ। ଗତ ୨୪ ଘଣ୍ଟାରେ ୪୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ୨୩ ରାଜ୍ୟରେ ଜମାତ କାରଣରୁ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ଘଟିଛି। ଆଶ୍ଵସ୍ତିକର  ବିଷୟ ପୂର୍ବରୁ ସଂକ୍ରମିତ ୨୩ ରାଜ୍ୟର ୪୫ ଜିଲ୍ଲାରେ ଗତ ୨୮ ଦିନ ହେବ କରୋନାର ଗୋଟିଏ ହେଲେ କେସ୍ ଆସି ନାହିଁ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ଶନିବାର ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଇଛନ୍ତି।

ଅଗ୍ରଓ୍ଵାଲ କହିଛନ୍ତି ଯେ, ଦେଶରେ ଅଦ୍ୟାବଧି କରୋନା ସଂକ୍ରମଣରେ ୪୮୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୨୪୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ୯୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ ମୋଟ୍ ୧୯୯୨ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

ସେ କହିଛନ୍ତି ଯେ, ଜମାତିଙ୍କ କାରଣରୁ ଦେଶରେ ୨୩ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅଗ୍ରଓ୍ଵାଲ କହିଛନ୍ତି ଯେ, ଆସାମରେ ଜମାତ କାରଣରୁ ୯୧ ପ୍ରତିଶତ କରୋନା କେସ୍  ବଢିଛି। ଦିଲ୍ଲୀରେ ୬୩ ପ୍ରତିଶତ କରୋନା ରୋଗୀ ଜମାତ ସହ ଜଡିତ ରହିଛି। ମୋଟ୍ କେସ୍‌ରେ ୨୯ ପ୍ରତିଶତ ସଂକ୍ରମିତ ନିଜାମୁଦ୍ଦିନ ମରକଜ ପାଇଁ ଘଟିଛି। ତାମିଲନାଡୁରେ ୮୪ ପ୍ରତିଶତ, ତେଲଙ୍ଗାନାରେ ୭୯ ପ୍ରତିଶଥ, ଆନ୍ଧ୍ର ପ୍ରଦେଶରେ ୬୧ ପ୍ରତିଶତ କେସ୍ ଜମାତ ସହ ସଂଶ୍ଳିଷ୍ଟ ରହିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍-୧୯ରେ ଘଟିଥିବା ମୃତ୍ୟୁଙ୍କ ମଧ୍ୟରେ ୧୪.୪ ପ୍ରତିଶତଙ୍କ ବୟସ ୪୫ ବର୍ଷରୁ କମ ଥିବା ବେଳେ ୧୦.୩ ପ୍ରତିଶତ ମାମଲାରେ ମୃତକଙ୍କ ବୟସ ୪୫ ରୁ ୬୦ ବର୍ଷ ମଧ୍ୟରେ ରହିଛି। ୩୩.୧ ପ୍ରତିଶତ ମାମଲାରେ ମୃତକଙ୍କ ବୟସ ୬୦ ରୁ ୭୫ ବର୍ଷ ମଧ୍ୟରେ ରହିଛି। ଅନ୍ୟପଟେ ୪୨.୨ ପ୍ରତିଶତ ଘଟଣାରେ ମୃତକଙ୍କ ବୟସ ୭୫ ବର୍ଷ କିମ୍ବା ସେଥିରୁ ଅଧିକ ରହିଛି।

   Related Posts