Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାରୁ ସୁସ୍ଥ ହେଲେ ୧୪୨୨, ଆଜି ଦିନରେ ଆକ୍ରାନ୍ତ ସଂଖ୍ୟାରେ ରେକର୍ଡ ପରେ ଆସିଲା ଭଲ ଖବର

13/08/2020 at 7:56 PM

ଭୁବନେଶ୍ଵର ୧୩।୦୮: ସବୁ ପ୍ରକାରର ପଦକ୍ଷେପ ଏବଂ ପ୍ରୟାସ ପରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଟେଷ୍ଟିଂ ବଢିବା ସହିତ ସଂକ୍ରମଣ ବୃଦ୍ଧି ସହିତ ଆରୋଗ୍ୟକାରୀଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ଆଜି ଗୋଟିଏ ଦିନରେ ସର୍ବକାଳୀନ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭ଜିଲ୍ଲାରୁ ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବଢୁଥିବା ଆକ୍ରାନ୍ତଙ୍କ ସହିତ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟକାରୀଙ୍କ ସଂଖ୍ୟା ୩୭,୯୦୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଗୁରୁବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ସୁସ୍ଥ  ହୋଇଥିବା ୧୪୨୨ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ୨୨୮ ସୁସ୍ଥଙ୍କ ସହ ଦ୍ଵିତୀୟରେ ରହିଛି ଖୋର୍ଦ୍ଧା। ସେହି ପରି ଗଜପତି ଜିଲ୍ଲାରୁ ୧୩୯, ବଲାଙ୍ଗିର ଜିଲ୍ଲାରୁ ୧୦୦, ସମ୍ଵଲପୁର ଜିଲ୍ଲାରୁ ୯୫, କଟକରୁ ୭୧, ସୁନ୍ଦରଗଡରୁ ୫୭, ପୁରୀରୁ ୪୫, ଭଦ୍ରକରୁ ୪୪, ରାୟଗଡାରୁ ୪୨, ଢେଙ୍କାନାଳରୁ ୩୭ ଜଣ ସଂକ୍ରମିତ କରୋନା ମୁକ୍ତ ହୋଇଛନ୍ତି।

ସେହି ପରି କନ୍ଧମାଳରୁ ୩୬, ମାଲକାନଗିରିରୁ ୩୩, କେନ୍ଦୁଝରରୁ ୩୦, କୋରାପୁଟରୁ ୨୯, ବୌଦ୍ଧରୁ ୨୮, ନୟାଗଡରୁ ୨୮, ଝାରସୁଗୁଡାରୁ ୨୧, ମୟୂରଭଞ୍ଜରୁ ୨୦, ସୋନପୁରରୁ ୧୯, ଜଗତସିଂହପୁରରୁ ୧୮, ବାଲେଶ୍ଵରରୁ ୧୩, ବରଗଡରୁ ୧୨, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୭, ଯାଜପୁରରୁ ୪ ଓ ନବରଙ୍ଗପୁରରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଗୋଟିଏ ଦିନରେ ସର୍ବକାଳୀନ ୧୯୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୬୫୩ ରେ ପହଞ୍ଚିଛି। ସେଥିରୁ ଅଦ୍ୟାବଧି ୩୭,୯୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଗତ ୨୪ ଘଣ୍ଟାରେ ଆଉ ୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଅଦ୍ୟାବଧି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୪କୁ ବୃଦ୍ଧି ଘଟିଛି।

   Related Posts