Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିଡା ବିଡା ନୋଟରେ ଆଲମିରା ଭର୍ତ୍ତି: ଚଢ଼ଉରେ ୧୪୨ କୋଟି ଟଙ୍କା ଜବତ, ଫଟୋ ଭାଇରାଲ

12/10/2021 at 3:29 PM

ନୂଆଦିଲ୍ଲୀ ୧୨/୧୦ : ଆୟକର ବିଭାଗର ଚଢ଼ଉର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଫଟୋରେ ଏକ ଆଲମାରୀ ନଜର ଆସୁଛି ଓ ଆଲମାରୀରେ ବିଡା ବିଡା ନୋଟ ଭର୍ତ୍ତି ରହିଛି। ଏହି ଫଟୋ ଦେଖି ଲୋକେ ଚକିତ ହୋଇଯାଉଛନ୍ତି। ଆଲମାରୀରେ ୧୪୨ କୋଟି ଟଙ୍କାରୁ ଅଧିକ ଟଙ୍କା ଭର୍ତ୍ତି କରି ରଖାଯାଇଛି। ଲୋକଙ୍କ ମନରେ ଏହା ପଛରେ ମାମଲା କଣ ? ଫଟୋ ଇଣ୍ଟରନେଟରେ ଲୋକଙ୍କ ମନରେ ଆଲୋଡନ ସୃଷ୍ଟି କରୁଛି।

ଆୟକର ବିଭାଗ ୫୫୦ କୋଟିର ସମ୍ପତ୍ତି ବିଷୟରେ ଖୁଲାସା କରିଥିବା ଦାବି କରିଛି ଓ କହିଛି ଯେ ଅକ୍ଟୋବର ୬ ତାରିଖରେ ହୋଇଥିବା ଚଢ଼ଉରେ ହାଇଦ୍ରାବାଦର ପ୍ରମୁଖ ଔଷଧ କମ୍ପାନୀ ଦ୍ୱାରା ଆୟର ସ୍ରୋତ ନ କହିବାରୁ ୧୪୨.୮୭ କୋଟି ଟଙ୍କା ଜବତ କରାଯାଇଛି। ଅଫିସିଆଲ ବୟାନରେ ଆୟକର ବିଭାଗ କହିଛି ଯେ ଫାର୍ମାସ୍ୟୁଟିକାଲ୍ ଗୋଷ୍ଠୀ ମଧ୍ୟବର୍ତ୍ତୀ ତିଆରି କରିବାରେ ସାମିଲ ଅଛି। ତେବେ ନୋଟ ବିଡା ଭର୍ତ୍ତି ହୋଇଥିବା ଆଲମିରା ମାମଲା ସାମ୍ନାକୁ ଆସିବା ପରେ ଏହି ଫଟୋ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ନିଜ ନିଜ ହିସାବରେ ପ୍ରତିକ୍ରିୟା ରଖୁଛନ୍ତି। ଗବ୍ବର ସିଂହ ନାମକ ଜଣେ ଟ୍ୱିଟର ୟୁଜର ପୋଷ୍ଟ ସେୟାର କରି କହିଛନ୍ତି, ‘ହାଇଦ୍ରାବାଦର ଔଷଧ କମ୍ପାନୀରେ ଆୟକର ବିଭାଗର ଚଢ଼ଉରେ ଏହା ଖୁଲାସା ହୋଇଛି। ଫଟୋ ଦେଖି ମୋତେ ଲାଗୁଛି ସେମାନେ ଲକରରେ କପଡା ରଖୁଥିବେ।’

ଟଙ୍କା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଯେ କିଭଳି ଏକ ଔଷଧ କମ୍ପାନୀ ଏତେ ଟଙ୍କା ଆୟ କରିବାରେ ସଫଳ ହୋଇଛି।

ଆୟକର ବିଭାଗ ଆଗକୁ ବୟାନରେ କହିଛି ଯେ କମ୍ପାନୀର ଅଧିକାଂଶ ଉତ୍ପାଦ ସଂଯୁକ୍ତ ରାଷ୍ଟ୍ର ଆମେରିକା, ୟୁରୋପ, ଦୁବାଇ ଓ ଆଫ୍ରିକା ଭଳି ଦେଶକୁ ରପ୍ତାନି ହେଉଥିଲା। ତେବେ ବିଭାଗ ଫାର୍ମାସ୍ୟୁଟିକାଲ୍ ଗୋଷ୍ଠୀର ନାଁ ପ୍ରକାଶ କରିନି। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚଢ଼ଉ କାର୍ଯ୍ୟାନୁଷ୍ଠାନ ହେଟେରୋ ଡ୍ରଗ୍ସରେ କରାଯାଇଛି। ହେଟେରୋ ଡ୍ରଗ୍ ହେଉଛି ପ୍ରଥମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଯାହାକି ଭାରତରେ ରେମଡେସିଭର୍ ଇଞ୍ଜେକ୍ସନର ଜେନେରିକ୍ ଭର୍ସନ ଲଞ୍ଚ କରିଛି।

   Related Posts