ଡରାଉଛି କରୋନା : ସାରା ବିଶ୍ୱରେ ଗୋଟିଏ ଦିନରେ ନେଇଛି ୧୪ ହଜାର ଜୀବନ

Published By : Prameya-News7 Bureau | April 09, 2021 IST

ନ୍ୟୁୟର୍କ, ୦୯/୦୪: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ପ୍ରକୋପ ବଢୁଥିବାରୁ ଅନେକ ଦେଶରେ ଲକଡାଉନ୍ ଓ ସଟଡାଉନ୍ ଫେରିଥି । ଗତ ୨୪ ଘଣ୍ଟାରେ ସାରା ବିଶ୍ୱରେ ପ୍ରାୟ ୭ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪ ହଜାର ସଂକ୍ରମିତ ଜୀବନ ହାରିଛନ୍ତି । ଆମେରିକାର ଜନ୍ ହପକିଙ୍ଗସ୍ ୟୁନିଭର୍ସିଟିର ସିଏସଏସଇ ଏନେଇ ରିପୋର୍ଟ ଦେଇଛି ।

ରିପୋର୍ଟ ଅନୁସାରେ, ୧୯୨ଟି ଦେଶରେ ଗୋଟିଏ ଦିନରେ ୬,୭୫,୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ୍ ସଂଖ୍ୟା ୧୩୨୯୭୬୨୮୬କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା ୨୮୮୬୫୮୬ ହୋଇଯାଇଛି ।

କେବଳ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩୦୯୨୧୯୭୬ରେ ପହଁଚିଛି । ଏହାସହ ୫୫୯୧୦୯ଜଣ ପ୍ରାଣ ହରାଇଲେଣି । ବିଶ୍ୱର ୧ କୋଟିରୁ ଅଧିକ ସଂକ୍ରମିତ ଦେଶ ମଧ୍ୟରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ତୃତୀୟରେ ରହିଛି ।

ସେହିପରି ବିଶ୍ୱର ଅନେକ ଦେଶରେ ଟିକାକରଣ ଜୋରସୋରରେ ଚାଲିଛି । ଏହାସତ୍ତ୍ୱେ ଅନେକ ଦେଶ କରୋନା ସହ ଲଢେଇ କରିବାରେ ବିଫଳ ହେଉଛନ୍ତି । ଭାଇରସର ନୂଆ ଲହର ଅଧିକ ମାରାତ୍ମକ ଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଭାରତରେ ମଧ୍ୟ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୮୦୦ରୁ ଅଧିକ ଆକ୍ରାନ୍ତ ଜୀବନ ହାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.