Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଆମେରିକାରେ କରୋନାର ତାଣ୍ଡବ, ୨୪ ଘଣ୍ଟାରେ ୧୪୦୦ ଜୀବନ ନେଲା ଏହି ମାରାତ୍ମକ ଭାଇରସ

4/04/2020 at 10:40 AM

ଓ୍ୱାଶିଂଟନ, ୦୪|୦୪: କରୋନା ଭାଇରସ ପାଇଁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ବିଶ୍ୱର ପ୍ରାୟ ସମସ୍ତ ଦେଶରେ କରୋନା କାୟା ମେଲାଇଛି । ଏବେ ଆମେରିକାରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ୧୪୦୦ରୁ  ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଚୀନର ବୁହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ଆମେରିକାରେ ତାଣ୍ଡବ ରଚୁଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରେ ପହଁଚିଛି । ସେହିପରି ଗତ ୨୪ ଘଣ୍ଟାରେ କରୋନା ଏଠାରେ ୧୪୦୦ରୁ ଅଧିକ ଜୀବନ ନେଇଛି ।

ଜନ୍ସ୍ ହପକିନ୍ସ ୟୁନିଭର୍ସିଟୀ ଅନୁସାରେ, ଗତ ୨୪ ଘଣ୍ଟାରେ ଆମେରିକାରେ ୧୪୮୦ଜଣ ପ୍ରାଣ ହରାଇଛନ୍ତି । ମହାମାରୀ ଆରମ୍ଭ ହେବା ପରେ ଏହା ହେଉଛି ବିଶ୍ୱରେ କରୋନା ଭାଇରସ ଗୋଟିଏ ଦିନରେ ନେଇଥିବା ସବୁଠାରୁ ଅଧିକ ଜଜୀବନ । ବେ ସୁଦ୍ଧା ପ୍ରାୟ ୩ ଲକ୍ଷ ଆମେରିକୀୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ମଧ୍ୟ ୭୪୦୬ରେ ପହଁଚିଛି ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଭାଇରସରେ ୧୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୬୦ ହଜାର ପ୍ରାଣ ହରାଇଛନ୍ତି ।

   Related Posts