Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ସେଲୁନ୍‌ବାଲା କରୋନା ଆକ୍ରାନ୍ତ, ହେଲେ ଚୁଟି କାଟିଥିବା ଲୋକଙ୍କୁ କରୋନା କରିନି ସ୍ପର୍ଶ

12/06/2020 at 10:23 AM

ନ୍ୟୁୟର୍କ ୧୨/୦୬: ଆମେରିକାର ମିସୌରିରେ ଦୁଇ ଜଣ ସେଲୁନବାଲା ଗତ ମାସରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ସେମାନଙ୍କ ଠାରେ କରୋନା ଜନିତ ଲକ୍ଷଣ ବି ପ୍ରକାଶ ପାଇଥିଲା । ସେମାନେ କାମ କରୁଥିବା ସେଲୁନରେ ୧୪୦ ଜଣ ଲୋକ ଚୁଟି କାଟିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏତେ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ବି କେହି କରୋନା ଦ୍ୱାରା ସଂକ୍ରମିତ ହୋଇନାହାନ୍ତି ।

ଗବେଷକମାନେ ଏବେ ଏହାର କାରଣ ଜାଣିବାକୁ ଉଦ୍ୟମ କରୁଛନ୍ତି । ଏ ପର୍ଯ୍ୟନ୍ତ ଯାହା ଜଣାପଡିଛି ଉକ୍ତ ସେଲୁନର ସମସ୍ତ କର୍ମଚାରୀ ଏବଂ ସେଠାକୁ ଯାଉଥିବା ସମସ୍ତ ଗ୍ରାହକ ଫେସ୍‌ମାସ୍କ ବ୍ୟବହାର କରୁଥିଲେ । ତା’ ସହ ସେଠାରେ ସାମାଜିକ ଦୂରତ୍ୱ ବି ରକ୍ଷା କରାଯାଉଥିଲା । ସେଠାକାର ୭ ଜଣ କର୍ମଚାରୀ ଉକ୍ତ ଦୁଇ କରୋନା ଆକ୍ରାନ୍ତଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଥିଲେ ।

୧୪୦ ଗ୍ରାହକ ଏବଂ କର୍ମଚାରୀଙ୍କ ଭିତରୁ ୬୦ ଜଣଙ୍କର ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ନମୁନା ନେଗେଟିଭ୍‌ ବାହାରିଛି । ବାକି ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । କିନ୍ତୁ ସେମାନଙ୍କ ଭିତରୁ କେହି ହେଲେ ବି କରୋନା ଦ୍ୱାରା ସଂକ୍ରମିତ ହୋଇନାହାନ୍ତି । ଏହା ଗବେଷକମାନଙ୍କୁ ଚକିତ କରିଛି । କାରଣ ଲକ୍ଷଣ ପ୍ରକାଶ ପାଉଥିବା କରୋନା ରୋଗୀଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ସମ୍ଭାବନା ଅଧିକ ଥାଏ ବୋଲି ପୂର୍ବରୁ ଧାରଣା ଥିଲା ।

   Related Posts