କେରଳରେ ବନ୍ୟାରେ ଫସି ରହିଛନ୍ତି ୧୪୦ ଜଣ ଓଡ଼ିଆ

Published By : Prameya-News7 Bureau | August 18, 2018 IST

ବନ୍ୟା କ୍ଷତିଗ୍ରସ୍ତ କେରଳକୁ ସହାୟତାର ହାତ ବଢ଼ାଇଛନ୍ତି ଓଡିଶା ସରକାର | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ଉଦ୍ଧାର ଓ ସହାୟତା ପାଇଁ କେରଳ ଅଭିମୁଖେ ବାହାରିଛନ୍ତି | ଏହି ଟିମରେ ୨୪୦ ଜଣ କର୍ମଚାରୀ ରହିଛନ୍ତି | ଏହି ଟିମ ୭୫ ଟି ପାୱାର ବୋଟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ସହ କେରଳ ଯାଉଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ଏହି ସ୍ୱତନ୍ତ ଉଦ୍ଧାରକାରୀ ଦଳ କେରଳ ଗସ୍ତରେ ବାହାରିଛନ୍ତି | ଗତକାଲିଠୁ କଟକରୁ ମଧ୍ୟ ଏକ ଏନଡିଆରଏଫ ଟିମ କେରଳ ଯାଇଛି | କେରଳ ବନ୍ୟାରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ | କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ୧୩୦ ଜଣ ଓଡ଼ିଆ ଶ୍ରମଜୀବୀ ଫସିରହିଛନ୍ତି | ସେମାନଙ୍କ ମଧ୍ୟରୁ ୬୦ ଜଣ ପୁରୀ ଜିଲ୍ଲାର ଜଣାପଡିଛି | ଏହା ବ୍ୟତୀତ ଫୁଲବାଣୀର ୪୦ ଜଣ ଓ କଟକ ଜିଲ୍ଲାର ବିଭିନ୍ନ ଅଂଚଳରୁ ୩୦ ଜଣ ଅଛନ୍ତି | ଖାଦ୍ୟ ପାନୀୟ ସଙ୍କଟ ଯୋଗୁଁ ସେମାନେ ଅନିଶ୍ଚିତତା ଭିତରେ ରହିଥିବା ଜଣାପଡିଛି | ସେମାନଙ୍କ ପାଖରେ କୌଣସି ସହାୟତା ପହଂଚିନଥିବା ଜଣାଯାଇଛି | ଫସି ରହିଥିବା ଓଡ଼ିଆଙ୍କ ମଧ୍ୟରେ ଅନିଲ ସେଠୀ ନାମକ ଜଣେ ଯୁବକ ଏସଓଏସ ବାର୍ତ୍ତା ମାଧ୍ୟମରେ ଓଡିଶା ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି | ସେଥିପାଇଁ ରାଜ୍ୟ ସରକାର ତତ୍ପର ହୋଇପଡିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.