Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ହାଇକୋର୍ଟ ଜଜ୍ ବିରୋଧରେ ୧୪ ବର୍ଷର ବାଳକକୁ ଯୌନ ନିର୍ଯ୍ୟାତନା ଅଭିଯୋଗ: ନିଶା ଦେଇ କରୁଥିଲେ ଘୃଣ୍ୟ କାମ, ମାମଲା ରୁଜ୍ଜୁ ପରେ ନିଲମ୍ବିତ

1/11/2021 at 3:59 PM

ଭରତପୁର ୦୧/୧୧ : ରାଜସ୍ଥାନ ଭରତପୁରରେ ଏକ ଅଭିଯୋଗ ଆଧାରରେ ଜଜ ଜିତେନ୍ଦ୍ର ଗୋଲିୟା ଓ ଆଉ ଦୁଇ ଜଣଙ୍କ ବିରୋଧରେ ପୋକସୋ ଆକ୍ଟ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ଏମାନଙ୍କ ବିରୋଧରେ ୧୪ ବର୍ଷ ବାଳକକୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ପୋଲିସ ମାମଲାର ଯାଞ୍ଚ ଦାୟିତ୍ୱ ବରିଷ୍ଠ ଅଧିକାରୀଙ୍କୁ ଦେଇଛି । ବାଳକଙ୍କ ମା’ ଥାନାରେ ଜଜ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ମାମଲା ସାମ୍ନାକୁ ଆସିବା ପରେ ରବିବାର ରାତିରେ ଯୋଧପୁର ହାଇକୋର୍ଟ ଜଜ ଜିତେନ୍ଦ୍ର ସିଂହଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି। ଜିତେନ୍ଦ୍ର ସିଂହ ଦୁର୍ନୀତି ନିବାରଣ ଆଇନର ସ୍ୱତନ୍ତ୍ର କୋର୍ଟରେ ସ୍ୱତନ୍ତ୍ର ବିଚାରପତି ଭାବେ ନିଯୁକ୍ତ ଥିଲେ। ପୀଡିତଙ୍କ ମା’ ଅଭିଯୋଗ କରିଛନ୍ତି ଯେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏବଂ ଅନ୍ୟ ଦୁଇଜଣ ସମ୍ପୃକ୍ତ ମାମଲାର ଗତ ଏକ ମାସ ଧରି ତାଙ୍କ ପୁଅକୁ ନିଶା ଦେଉଥିଲେ ଓ ତାକୁ ଯୌନ ନିର୍ଯାତନା ଦେଉଥିଲେ ।

ଅଭିଯୋଗ କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଜଜ ଓ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଧମକ ଦେଉଥିଲେ। ଆଉ ଦୁଇ ଅଭିଯୁକ୍ତ ହେଲେ ଜଜଙ୍କ ଷ୍ଟେନୋ ଅଂଶୁଲ ସୋନି ଓ ଜଜଙ୍କ ଆଉ ଜଣେ କର୍ମଚାରୀ ରାହୁଲ କଟାରା।

ପୋଲିସ କହିଛି ଯେ, ପୀଡିତ ପରିବାର ଆରୋପ ଲାଗିଛି ଯେ ଏସିବିର ସର୍କଲ ଅଧିକାରୀ ପରମେଶ୍ୱର ଲାଲ ଯାଦବ ସୋନି ଓ କଟାରା ସହ ମିଶି ବାଳକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଜଜ୍ ବାଳକ ସହ ଡିଷ୍ଟ୍ରିକ୍ଟ କ୍ଲବ କମ୍ପାନୀ କୋର୍ଟରେ ବନ୍ଧୁତା କରିଥିଲେ ଯେଉଁଠାକୁ ସେ ଟେନିସ ଖେଳିବାକୁ ଯାଉଥିଲା।

   Related Posts