ରାକ୍ଷସୀ ବୋହୂ, ୧୪ ବର୍ଷ ଭିତରେ ସ୍ବାମୀଙ୍କ ସମେତ ପରିବାର ୬ ଜଣ ସଦସ୍ୟଙ୍କୁ ହତ୍ୟା କଲା ଜାଣନ୍ତୁ କେମିତି

Published By : Prameya-News7 Bureau | October 08, 2019 IST

ଥିରୁଭନନ୍ତପୁରମ୍୮|୧୦: କେରଳ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୋଝିକୋଡ୍‌ ଜିଲ୍ଲାର ଜଣେ ମହିଳା ନିଜ ଶାଶୁ, ଶ୍ବଶୂର, ସ୍ବାମୀ ଓ ଅନ୍ୟ ତିନିଜଣ ସଂପର୍କୀୟଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ହତ୍ୟା କରିବା ଲାଗି ମହିଳା ସ୍ୟାନାଇଡ ବିଷ  ବ୍ୟବାହାର କରିଥିଲା। । ୧୪ ବର୍ଷ ଭିତରେ ପୂରା ପରିବାରକୁ ଶ୍ମଶାନ ଘାଟକୁ ସେ ପଠାଇ ଦେଇଛି।

ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ମହିଳା ଜଲି ଥମସ୍‌ ଓ ତାଙ୍କ ବନ୍ଧୁକୁ କୋଝିକୋଡ୍‌ର ପୋଲିସ ଗିରଫ କରିଛି। ଘଟଣା ସଂପର୍କରେ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ଛାନଭିନ୍‌ ଆରମ୍ଭ କରିଥିଲା। ପରିବାରର ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ବୋହୂ ଏକ ଷଡ଼ଯନ୍ତ୍ର ରଚିଥିଲା। ପରିବାରର ସଦସ୍ୟଙ୍କ ଖାଇବାରେ ସ୍ୟାନାଇଡ  ମିଶାଇ ସେମାନଙ୍କୁ ସେ ହତ୍ୟା କରିଥିବା କଥା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ମହିଳା ଅତି ଚତୁରତାର ସହ ପରିବାର ଲୋକଙ୍କୁ ହତ୍ୟା କରିଥିଲା।

 ୨୦୦୨ ମସିହାରେ ଶାଶୁ ଅନମ୍ମା ଥମସଙ୍କ ଖାଇବାରେ ସ୍ୟାନାଇଡ ମିଶାଇ ତାଙ୍କୁ ହତ୍ୟା କରିଥିଲା। କିଛି ବର୍ଷ ପରେ ଅର୍ଥାତ ୨୦୦୮ ମସିହାରେ ଶ୍ବଶୂର ଟମ୍‌ ଥମସଙ୍କ ଖାଇବାରେ ସ୍ୟାନାଇଡ ମିଶାଇ ତାଙ୍କୁ ମଧ୍ୟ ହତ୍ୟା କରିଥିଲା। ଏହା ଠିକ୍‌ ତିନି ବର୍ଷ ପରେ ଅର୍ଥାତ ୨୦୧୧ ମସିହାରେ ଅଭିଯୁକ୍ତ ମହିଳା ନିଜ ସ୍ବାମୀ ରାୟ ଥମସଙ୍କ ଖାଇବାରେ ଏହି ବିଷ ମିଶାଇ ତାଙ୍କୁ ହତ୍ୟା କରିଥିଲା।

ଏହି ଘଟଣା ପରେ ପରିବାର ସଂପର୍କୀୟମାନେ ଅଭିଯୁକ୍ତ ବୋହୂକୁ ସନ୍ଦେହ କରିବା ଆରମ୍ଭ କରି ଦେଇଥିଲେ। ଅଭିଯୁକ୍ତ ମହିଳା ଚତୁରତାର ସହ ସଂପର୍କୀୟ ତିନିଜଣଙ୍କୁ ଖାଇବା ପାଇଁ ଘରକୁ ଡାକିଥିଲା। ସେମାନେ ଆସିବା ପରେ ମହିଳା ଓ ତାର ସାଙ୍ଗ ମିଶି ସେମାନଙ୍କ ଖାଇବାରେ ସ୍ୟାନାଇଡ ମିଶାଇ ସେମାନଙ୍କୁ ହତ୍ୟା କରିଥିଲେ। ଖୋଳ ତାଡ଼ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.