Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୪ ବର୍ଷ…

2/01/2020 at 6:04 PM

ଯାଜପୁର୨/୧: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୪ ବର୍ଷ ପୁରିଲା । ବିସ୍ଥାପନ ବିରୋଧି ଜନମଞ୍ଚ ପକ୍ଷରୁ ପାଳିତ ହୋଇଛି ସହିଦ୍ ସ୍ମୃତି ସମାବେଶ । ଯେଉଁଥିରେ ସାମିଲ ହୋଇଥିଲେ ବିସ୍ଥାପିତ ଉନ୍ନୟନ ପରିଷଦର ବିସ୍ଥାପିତ ଆଦିବାସୀ।

 ୨୦୦୬ ଜାନୁଆରୀ ୨ ତରିଖ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରି ପୋଲିସ ଗୁଳିରେ ନିହତ ହୋଇଥିଲେ ୧୪ ଆଦିବାସୀ  । ଗୁରୁବାରରେ ସହିଦମାନଙ୍କୁ ମନେପକାଇ ବିସ୍ଥାପନ ବିରୋଧି ଜନମଞ୍ଚ ପାଳିଛି ଚତୁର୍ଦ୍ଦଶତମ ସହିଦ ଦିବସ  । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଗୁଳିକାଣ୍ଡସ୍ଥଳ ଚମ୍ପାକୋଇଲରୁ ବାହାରି ଆମ୍ବଗାଡିଆର ବୀରଭୂମି ପଡିଆରେ ପହଞ୍ଚିଥିଲା ।

 ସେଠାରେ ସହିଦ ମାନଙ୍କୁ ଲାଲ ସଲାମ ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ସମବେତ ଜନତା । ଆଇନିଶୃଙ୍ଖଳାକୁ ବଜାୟ ରଖିବାକୁ ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।

   Related Posts