ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖି ୧୪ବର୍ଷୀୟ ନାବାଳକ କଲା ଶିଶୁ ସହ ଦୁଷ୍କର୍ମ

Published By : Prameya-News7 Bureau | December 18, 2018 IST

ନାଗପୁର ୧୮|୧୨:  ମହାରାଷ୍ଟ୍ରର ନାଗପୁର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୪ବର୍ଷୀୟ ନାବାଳକ ୭ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତ ନାବାଳକକୁ ପୋଲିସ ଅଟକ ରଖିଛି । ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖି ପିଲାଟି ଏଭଳି କାଣ୍ଡ ଘଟଣାଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ନାବାଳକ ତାର ଦୋଷ ସ୍ବୀକାର ମଧ୍ୟ କରିନେଇଛି ।

ସୂଚନା ଅନୁସାରେ ମହାରାଷ୍ଟ୍ର ନାଗପୁରର କଲମନା ପୋଲିସ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ୧୪ବର୍ଷୀୟ ଅଭିଯୁକ୍ତ ନାବାଳକ ଗେମ୍‌ ଖେଳିବା ବାହାନାରେ ମାଙ୍କଠାରୁ ମୋବାଇଲ୍ ମାଗୁଥିଲା । ଏହା ଭିତରେ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଆରମ୍ଭ କରିଦେଇଥିଲା । ଫଳରେ ସେ ପଡୋଶୀରେ ରହୁଥିବା ୭ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିଲା ।

ଜଣାପଡିଛି ଯେ ସେ କିଛି ଦିନହେବ ପଡୋଶୀରେ ରହୁଥିବା ନାବାଳିକା ସହ ଏଭଳି କରୁଥିଲା । ପିଲାଟିର ସ୍ବଭାବରେ ପରିବର୍ତ୍ତନ ଲକ୍ଷ୍ୟକରି ତାର ମାଆ ଶିଶୁଟିକୁ ପଚାରିବାରୁ ସେ ତା ସହ ହୋଇଥିବା ଦୁଷ୍କର୍ମ ସମ୍ବନ୍ଧରେ କହିଥିଲା ।ଏହାପରେ ଶିଶୁଟିର ମା ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.