Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମା’ ୧୪ କୁ ବାପା ୧୬: ଶିଶୁ ଜନ୍ମ ପରେ ଘରଲୋକଙ୍କ ଭୟରେ ନବଜାତକୁ ଫ୍ରିଜ୍‌ରେ ରଖିଦେଲେ ନାବାଳିକା

31/10/2020 at 5:54 PM

ସାଇବେରିଆ ୩୧/୧୦ : ଋଷରେ ଘଟିଛି ଏକ ଅଜବ ଘଟଣା। ଜଣେ ୧୪ ବର୍ଷୀୟ ନାବାଳିକା ନିଜର ନବଜାତ ଶିଶୁକୁ ଫ୍ରିଜରେ ଭର୍ତ୍ତି କରି ମାରିଦେବା ଘଟଣା ସାମ୍ନାକୁ ଆସିଛି। ନାବାଳିକା ନିଜ ଗର୍ଭାବସ୍ଥା ସମ୍ପର୍କରେ ନିଜ ମାତାପିତାଙ୍କୁ କହିବାକୁ ଭୟଭୀତ ହୋଇ ଏହିଭଳି କାଣ୍ଡ ଘଟାଇଛି। ଘଟଣା ସାଇବେରିଆ ନୋଭୋସିବିରସ୍କର ସହର ଭର୍ଖ ତୁଳା ଗାଁରେ ଘଟିଛି। ନାବାଳିକାଙ୍କ ଘରଲୋକ ଜାଣିନଥିଲେ ଯେ ସେ ଗର୍ଭବତୀ ଅଛନ୍ତି। ସେ ନିଜେ ଲୁଚି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁକୁ ଜନ୍ମ ଦେବାପରେ ସେ ତାକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ତାକୁ ଫ୍ରିଜରେ ରଖିଦେଲେ। ଫ୍ରିଜଟି ତାଙ୍କ ଗ୍ୟାରେଜରେ ଥିଲା। ସେତେବେଳେ ନାବାଳିକାଙ୍କ ପିତା ବଗିଚାରେ କାମ କରୁଥିଲେ।

ଶିଶୁ ଜନ୍ମ ଦେବାପରେ ନାବାଳିକାଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କ ମା ଭାବିଲେ ଝିଅକୁ ଆପେଣ୍ଡିସାଇଟ୍ସ ହୋଇଯାଇଛି। ସେଥିପାଇଁ ସେ ଫୋନ କରି ଆମ୍ବୁଲାନ୍ସ ଡାକିଲେ ଏବଂ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନେଇଗଲେ। ଆମ୍ବୁଲାନ୍ସରେ ନାବାଳିକା ସ୍ୱାସ୍ଥ୍ୟକର୍ମୀଙ୍କୁ କହିଥିଲେ ଯେ ସେ ଏକ ଶିଶୁ ଜନ୍ମ ଦେଇଛନ୍ତି। ସେ ନିଜ ଜନ୍ମିତ ଶିଶୁକୁ ଫ୍ରିଜରେ ରଖି ଦେଇଛନ୍ତି ବୋଲି ମଧ୍ୟ କହିଥିଲେ। ଏହା ଶୁଣି ସ୍ୱାସ୍ଥ୍ୟକର୍ମୀ ଚକିତ ହୋଇଯାଇଥିଲେ। କିନ୍ତୁ ନାବାଳିକା ଜଣକ ଏ ସମ୍ବନ୍ଧରେ ଜଣାଇବା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ସେତେବେଳେକୁ ନବଜାତ ଶିଶୁଟି ମରିସାରିଥିଲା।

ନାବାଳିକା ଜଣକ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଜଣେ ପଡୋଶୀ କହିଛନ୍ତି ନାବାଳିକା ଗର୍ଭବତୀ ହେବାପରେ ନିଜ ମା’ଙ୍କୁ ଏ ସମ୍ପର୍କରେ ଜଣାଇବା ଦରକାର। ନାବାଳିକାଙ୍କ ମା’ କହିଛନ୍ତି ସେ ଭାବିଲେ ବୋଧହୁଏ ତାଙ୍କ ଝିଅ ମୋଟା ହେଇଯାଇଛି। କିନ୍ତୁ ସେ ଗର୍ଭବତୀ ଥିବ ବୋଲି ସେ କେବେ ବି ଭାବିନଥିଲେ। ତେବେ ବିଡମ୍ବନାର ବିଷୟ ହେଲା ନବଜାତ ମୃତକ ଶିଶୁର ବାପାର ବୟସ ୧୬ ବର୍ଷ । ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ନାବାଳିକା ଓ ନାବାଳକ ମଧ୍ୟରେ ବ୍ରେକଅପ୍ ହୋଇଥିଲା। ଏହାପରେ ପରେ ନାବାଳିକା ଗର୍ଭବତୀ ହୋଇଥିଲେ।

   Related Posts