Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ସନ୍ତାନ ପ୍ରସବ କଲେ ୧୪ବର୍ଷର କିଶୋରୀ : ହସ୍ପିଟାଲରେ ଛାଡ଼ି ଯୁବକ ଫେରାର

20/11/2020 at 12:12 PM

ଅମୃତସର ୨୦/୧୧: ପଞ୍ଜାବର ଗୁରୁଦାସପୁରରେ ଏକ ଅମାନବୀୟ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ୧୪ବର୍ଷର କିଶୋରୀ ହସ୍ପିଟାଲରେ ଏକ ସନ୍ତାନକୁ ଜନ୍ମ ଦେଇଛି। କିଶୋରୀକୁ ଜଣେ ଯୁବକ ଦୁଷ୍କର୍ମ କରିଥିଲା।

ଗୁରୁଦାସପୁରରେ ରହୁଥିବା ଜଣେ ୧୪ବର୍ଷ ବୟସର କିଶୋରୀ ଅମୃତସରର ଗୁରୁ ନାନକ ହସ୍ପିଟାଲରେ ସନ୍ତାନ ଜନ୍ମ ଦେଇଛି। ଏହି କିଶୋରୀଙ୍କ ପେଟ ଯନ୍ତ୍ରଣା ହେଉଥିଲା। କେତେକ ଯୁବକ ତାକୁ ହସ୍ପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ। ଏଠାରେ କିଶୋରୀ ସନ୍ତାନକୁ ଜନ୍ମ ଦେଇଥିଲା।

ପରିବାର ଲୋକଙ୍କୁ ଜଣା ନଥିଲା ଯେ ତାଙ୍କ ଝିଅଙ୍କ ସହ ଦୁଷ୍କର୍ମ ହୋଇଥିଲା। ଏବେ ସେ ୧୪ବର୍ଷର କିଶୋରୀଙ୍କ ନ୍ୟାୟ ପାଇଁ ଦାବି କରୁଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କୁ ଏପରି ଲାଗୁଛି ଯେ ତାଙ୍କ ଝିଅ ଯାହା ଘରକୁ କାମ କରିବାକୁ ଯାଇଥିବାବେଳେ ସେଠାରେ ରହୁଥିବା ଯୁବକ ତାଙ୍କ ଝିଅକୁ ଦୁଷ୍କର୍ମ କରିଛି। ଏହି ମାମଲା ପାଇଁ ପରିବାର ଲୋକେ ଏବେ ଚିନ୍ତିତ ଅଛନ୍ତି ଏବଂ ନ୍ୟାୟ ପାଇଁ ଦାବି କରୁଛନ୍ତି।

ଅନ୍ୟ ପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ଏଥିରେ ଯିଏ ବି ଅଭିଯୁକ୍ତ ସାବ୍ୟସ୍ତ ହେବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ।

   Related Posts