Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ସେଲଫି ନେବାବେଳେ ବୁଡ଼ିଗଲେ ୭ଜଣ: ୬ ଉଦ୍ଧାର, ଜଣେ ନାବାଳିକାଙ୍କ ମୃତ୍ୟୁ

19/01/2021 at 12:50 PM

ଦେବାସ ୧୯/୦୧ : ସେଲଫି ନେବା ଆଜିକାଲି ଏକ ଫ୍ୟାସନ୍ ହୋଇଗଲାଣି। ସେଲଫି ନିଶା ଏମିତି ଘାରିଛି ଯେ ଲୋକେ ଆଉ ଜାଗା ବି ଦେଖୁ ନାହାନ୍ତି। ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେଇ ଅନେକ ଲୋକ ଜୀବନ ହାରିଲେଣି। ତଥାପି ନିଶା ଛାଡ଼ୁନି। ଏହିଭଳି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶ। ମଧ୍ୟ ପ୍ରଦେଶ ଦେବାସରେ ସେଲଫି ନେବା ଚକ୍କରରେ ୭ଜଣ ପାଣିରେ ବୁଡି ଯାଇଛନ୍ତି। ୬ଜଣଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାର୍ଯ୍ୟ ପରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ନାବାଳିକା ନିଜ ସମ୍ପର୍କୀୟଙ୍କ ସହ ପିକନିକ କରିବାକୁ ଯାଇଥିଲେ। କିନ୍ତୁ ପିକନିକ ତାଙ୍କ ପାଇଁ କାଳ ସାଜିଲା।

ଦେବାସ ରାଜନାଲ ପୋଖରୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ନାବାଳିକା ନିଜ ସମ୍ପର୍କୀୟଙ୍କ ସହ ପିକନିକ କରିବାକୁ ଯାଇଥିଲେ। ସାଙ୍ଗରେ ଅନ୍ୟ ମହିଳା ଓ ଯୁବତୀମାନେ ଥିଲେ। ପିକନିକ ବେଳେ ସମସ୍ତେ ସେଲଫି ନେବାରେ ବ୍ୟସ୍ତ ଥିଲେ। ସେଲଫି ନେବାବେଳେ ଜଣେ ନାବାଳିକା ହଠାତ ପୋଖରୀରେ ପଡିଯାଇଥିଲେ। ନାବାଳିକାକୁ ଉଦ୍ଧାର କରିବା ଚକ୍କରରେ ୬ଜଣ ମହିଳା ଓ ଯୁବତୀ ଜଣେ ପରେ ଜଣେ ପୋଖରୀରେ ଦେଇନଥିଲେ। ସେଠାରେ ଉପସ୍ଥିତ ମାଛ ଧରାଳି ସେମାନଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ଜଣକୁ ବଞ୍ଚାଇ ପାରିଲେନି। ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାରକାର୍ଯ୍ୟ ରୋକିବାକୁ ପଡିଥିଲା। ସକାଳୁ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। କିଛି ସମୟରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

   Related Posts