Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଘର ଭିତରେ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କଲା ନାବାଳକ : ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଲା ୧୪ବର୍ଷର କିଶୋରୀ

11/10/2020 at 11:46 AM

ରିଓ୍ବା ୧୧/୧୦: ମଧ୍ୟପ୍ରଦେଶର ରିଓ୍ବାରେ ଜଣେ କିଶୋରୀଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଛି। ଏହା ସହି ନପାରି କିଶୋରୀ ନିଜ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ଏହି ଲୋମଟାଙ୍କୁରା ଘଟଣାଟି ଘଟିଛି ରିଓ୍ବା ଜିଲ୍ଲାର ଅତରୈଲା ଥାନା ଅଞ୍ଚଳର। ୧୪ବର୍ଷର କିଶୋରୀଙ୍କ ସହ ଅକ୍ଟୋବର ୭ତାରିଖ ଏହି ଘଟଣାଟି ଘଟିଛି। ଘଟଣା ସମୟରେ ପରିବାର ଲୋକେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ବଡ଼ ଭଉଣୀ ଛେଳି ଚରାଇବାକୁ ଯାଇଥିଲା। ଅପରାହ୍ନ ପାଖାପାଖି ୪ଟା ବେଳେ ଜଣେ ୧୫ବର୍ଷ ବୟସ୍କ ନାବାଳକ ଘରେ ପଶି ଆସିଥିଲା ଏବଂ ପୀଡ଼ିତାଙ୍କୁ ଏକୁଟିଆ ପାଇ ତାଙ୍କୁ ଦୁଷ୍କର୍ମ କରିଥିଲା।

ଏହା ସହିନପାରି କିଶୋରୀ ନାବାଳକ ସାମନାରେ ନିଜ ଉପରେ କିରୋସିନି ପକାଇ ନିଆଁ ଲଗାଇ ଦେଇଥିଲେ। ତାଙ୍କର ପୂରା ଶରୀର ନିଆଁରେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ଏହା ଦେଖି ନାବାଳକର ହୋଶ ଉଡ଼ିଯାଇଥିଲା। ସେ ଘରେ ଥିବା ଗଦିରେ ଯେକୌଣସି ଉପାୟରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା କିନ୍ତୁ ସେତେବେଳେ ତାଙ୍କ ପୂରା ଶରୀର ନିଆଁରେ ଜଳି ସାରିଥିଲା।

ଏହା ଦେଖି ନାବାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଏବଂ ପୀଡ଼ିତା ଦଗ୍ଧ ଅବସ୍ଥାରେ ଘର ଭିତରେ ପଡ଼ି ରହିଥିଲେ। ସନ୍ଧ୍ୟାରେ ଯେତେବେଳେ ପରିବାର ଲୋକେ ଫେରିଥିଲେ ସେତେବେଳେ ତାଙ୍କୁ ଘଟଣା ବିଷୟରେ ସୂଚନା ମିଳିଥିଲା। ସେମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ।

ପୋଲିସ୍ ମାମଲାର ଗମ୍ଭୀରତାକୁ ଦେଖି ତହସିଲଦାର ନିକଟରେ ବୟାନ ରୁଜୁ କରିଥିଲା ଏବଂ ଅଭିଯୁକ୍ତକୁ ଗିରଫ କରିଥିଲା। ଘଟଣା ସମ୍ପର୍କରେ ଟିକିନିଖି ପଚରାଉଚରା କରାଯାଉଛି। ପୋଲିସ୍ ପୂରା ମାମଲାକୁ ପ୍ରେମ ପ୍ରସଙ୍ଗ ସହ ଯୋଡ଼ୁଛି। ଏହା ସହ ଦୁଷ୍କର୍ମର ସ୍ପଷ୍ଟତା ପାଇଁ ମେଡିକାଲ ରିପୋର୍ଟ ଆସିବାକୁ ଅପେକ୍ଷା କରିଛି।

ପୀଡ଼ିତାଙ୍କ ଚିକିତ୍ସା ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଚାଲିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ମାତ୍ର ୧୫ବର୍ଷର ବାଳକର ଘୃଣ୍ୟ କାଣ୍ଡ ଯୋଗୁଁ କିଶୋରୀ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଅଭିଯୁକ୍ତ ନାବାଳକକୁ ବାଳ ସୁଧାର ଗୃହ​ରେ ରଖାଯାଇଛି।

   Related Posts