Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ନିଜର ଶେଷ ଇଛା କହି ଦୁନିଆ ଛାଡି ଚାଲିଗଲେ ୧୪ ବର୍ଷୀୟ ଆଞ୍ଚଲ

19/08/2020 at 3:00 PM

ସମ୍ଭଲ ୧୯/୦୮ : ସ୍ୱାଧୀନତା ଦିବସର ଦିନେ ପୂର୍ବରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଛାତ୍ରୀ ଆଞ୍ଚଲ ଗିରିଙ୍କ ସୁଇସାଇଡ ନୋଟ ସାମ୍ନାକୁ ଆସିଛି | ଆତ୍ମହତ୍ୟା ପାଇଁ ସେ ନିଜକୁ ଦୋଷ ଦେଇଛନ୍ତି | ସୁଇସାଇଡ ନୋଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଅନେକ ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି | ଗୁନ୍ନାଉର ଥାନା ଅନ୍ତର୍ଗତ ବବରାଲାରେ ୧୪ ବର୍ଷୀୟ ଆଞ୍ଚଲ ନିଜ ଘରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ | ଗୁନ୍ନାଉର ସିଓ କେକେ ସରୋଜ କହିଛନ୍ତି ଯେ ଅଗଷ୍ଟ ୧୪ ତାରିଖରେ ରାତି ୧୦ଟା ସମୟରେ ପୋଲିସକୁ ସୂଚନା ମିଳିଥିଲା ଯେ ଆଞ୍ଚଲ ଗିରି ନାମକ ଜଣେ ବାଳିକା ଆତ୍ମହତ୍ୟା କରିଛନ୍ତି | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା | କିଛି ସମୟପରେ ସୁଇସାଇଡ ନୋଟ ଜବତ ହୋଇଥିଲା | ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାରଲୋକଙ୍କୁ ହଇରାଣ ନ କରାଯାଉ ବୋଲି ସେ ନୋଟରେ ଲେଖିଥିଲେ | ସୁଇସାଇଡ ନୋଟରେ ସେ କଣ ଲେଖିଛନ୍ତି ପଢନ୍ତୁ

“ମୋ ନାଁ ଆଞ୍ଚଲ ଗିରି | ମୋତେ ଏ ଦୁନିଆ ପସନ୍ଦ ନୁହେଁ | କାରଣ ଲୋକେ ଏଠାରେ ଝଗଡା କରନ୍ତି | ବାପା-ମା’ଙ୍କୁ ଵୃଦ୍ଧାଶ୍ରମ ପଠାଇ ଦିଅନ୍ତି | ନିଜ ଲାଭ ପାଇଁ ଗଛ କାଟନ୍ତି | ପଶୁପକ୍ଷୀଙ୍କୁ ଅତ୍ୟାଚାର କରନ୍ତି | ଯେଉଁମାନେ ମାଂସାହାରୀ ସେମାନେ ମୋତେ ଭଲ ଲଜିଅନ୍ତିନି | ଯେଉଁମାନେ ନିଜ ଜାତୀୟ ସଂଗୀତକୁ ସମ୍ମାନ ଦିଅନ୍ତିନି ସେମାନଙ୍କୁ ମୁଁ ଘୃଣା କରେ | ଏହିଭଳି ଲୋକଙ୍କୁ ଦେଶରୁ ବାହାର କରିଦେବା ଉଚିତ |

ଆଗକୁ ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଆପଣଙ୍କୁ ପ୍ରଣାମ | ମୁଁ ମୋ ଇଚ୍ଛାରେ ଆତ୍ମହତ୍ୟା କରୁଛି | ଏଥିପାଇଁ ଆଉ କିଏ ଦୋଷୀ ନୁହେଁ | ମା’ଙ୍କୁ କ୍ଷମା ମାଗୁଛି | ମା…ମୁଁ ଜାଣିନି ମୋର କଣ ହେଇଛି, ମୋତେ ଅନୁଭବ ହେଉଛି ସତେ ଯେମିତି କେହି ମୋତେ ଜୀବନ୍ତ ଦେଖିବାକୁ ଚାହୁଁନାହିଁ | ମୋ ଜୀବନ ନର୍କ ହୋଇଯାଇଛି | ଏହି ଶରୀର ବହୁତ ଦୁର୍ବଳ, କିଛି ନାହିଁ, କେବଳ ଏକ କପଡା ମାତ୍ର…ଅଲବିଦା |”

ଆଞ୍ଚଲ ସୁଇସାଇଡ ନୋଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ଲେଖିଛନ୍ତି, “ଦେଶରେ ଅନେକ ପ୍ରଧାନମନ୍ତ୍ରୀ ହୋଇଛନ୍ତି କିନ୍ତୁ ଆପଣଙ୍କ ଭଳି କେହି ନୁହେଁ | ମୋ ହୃଦୟରେ ଆପଣଙ୍କ ପାଇଁ ଅତ୍ୟଧିକ ସମ୍ମାନ ଅଛି | ଯଦି ମୁଁ ମୋ ଆୟୁଷ ଆପଣଙ୍କ ଦେଇପାରିଥାନ୍ତି ତାହେଲେ ଭଲ ହୋଇଥାନ୍ତା | ଆପଣ ବହୁତ ସଂସ୍କାରି | ଦେଶ ବର୍ଷ ବର୍ଷ ଧରି ଅନ୍ଧାରରେ ଥିଲା | ଆପଣ ସୂର୍ଯ୍ୟ ହୋଇ ଉଦୟ ହୋଇଛନ୍ତି | ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲି | କିନ୍ତୁ ଏହା ଅସମ୍ଭବ | କାରଣ ଆପଣ ନିଜକୁ ହିଁ ସମୟ ଦେଇ ପାରନ୍ତିନି | ନିରନ୍ତର ଦେଶ ସେବାରେ ଲାଗିଥାନ୍ତି | ବହୁ ବର୍ଷ ଧରି ଅଧୁରା ଥିବା ଶ୍ରୀରାମ ମନ୍ଦିର କାର୍ଯ୍ୟ ମଧ୍ୟ ପୂରଣ କରିଛନ୍ତି | ପରିସ୍ଥିତି ବହୁମୂଲ୍ୟ, କେତେବେଳେ ଏହା ଆମକୁ ପାରି କରି ଦେଇଥାଏ ତ କେତେବେଳେ ବୁଡେଇ ଦେଇଥାଏ | ମୁଁ ନିରାକାର ଅର୍ଥାତ ଶିବଙ୍କ ନିଷ୍କାଳ ରୂପକୁ ପ୍ରାର୍ଥନା କରୁଛି ଯେ ଦେଶକୁ ଆହୁରି ମଜବୁତ କରିବେ | ପ୍ରଧାନମନ୍ତ୍ରୀ, ଆପଣ ମୋ ଇଚ୍ଛା ପୂରଣ କରିବେ କି ?”

“ଚୀନ ଭାରତକୁ ଯେଉଁ ଖେଳନା ବିକ୍ରି କରିଥାଏ ତାହା କିଛି ଦିନ ପରେ ନଷ୍ଟ ହୋଇଯାଏ ଏବଂ ଭାରତର ଜମିକୁ ବିଷାକ୍ତ କରିଥାଏ | ଲୋକେ ରାସ୍ତାରେ ଅଳିଆ ଆବର୍ଜନା ପକାଉଛନ୍ତି | ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ | ଛୋଟ ନଦୀରେ ଅଧା କିମି ଓ ବଡ ନଦୀର ୧ କିମି ଯାଏଁ ବୃକ୍ଷ ରୋପଣ କରାନ୍ତୁ | ଦୀପାବଳିରେ ବାଣ ଉପରେ ପ୍ରତିବନ୍ଧକ ଲଗାନ୍ତୁ | ଏଲଇଡ଼ି ଲାଇଟ ବଦଳରେ ମାଟି ଦୀପ ଉପରେ ଜୋର ଦିଅନ୍ତୁ | ହୋଲିରେ କେମିକାଲ ରଙ୍ଗର ଉପଯୋଗ କମ କରାଇ ଦିଅନ୍ତୁ | ରାସ୍ତା କଡରେ ଆମ୍ବ ଓ ଲିଚୁ ଗଛ ଲଗାନ୍ତୁ | ସୋଲାର ପ୍ୟାନେଲ ଯୋଜନା କରନ୍ତୁ | ଆବଶ୍ୟକ ଅନୁଯାୟୀ ସୋଲାର ପ୍ୟାନେଲା ଲଗାଇବାକୁ ପରାମର୍ଶ ଦିଅନ୍ତୁ | ଏହାଦ୍ୱାରା ବିଜୁଳି ସମସ୍ୟା ସମାଧାନ ମଧ୍ୟ ହେବ | ଦୁଇରୁ ଅଧିକ ଶିଶୁ ଜନ୍ମ ଉପରେ ଶକ୍ତ ଆଇନ ଲାଗୁ କରନ୍ତୁ |

ନିରାକାର ଶିବଙ୍କ ନିଷ୍କାମ ରୂପ ଶିବ ଭଗବାନଙ୍କ ୧୦୧ ଗଣଙ୍କ ପୂଜାର୍ଚ୍ଚନା ପାଇଁ ଏହରାନରେ ଦୁର୍ଗା ଗିରି ଅଂଶର ଗୋସ୍ୱାମୀ ଗୁରୁ | ଦୟାକରି ଆପଣ ସେହି ମଠର ଭବ୍ୟ ମନ୍ଦିର ନିର୍ମାଣ କରେଇ ଦିଅନ୍ତୁ | ଏହା ମୋର ଶେଷ ଇଚ୍ଛା |”

   Related Posts