ମାଆ ହେବାକୁ ଯାଉଛି ୧୪ ବର୍ଷର ଝିଅ, ପ୍ରେମିକର ବୟସ ୧୦: ଜେଣ୍ଡର୍ ରିଭିଲ୍ ପାର୍ଟିରେ ଖୁଲାସା ପରେ ବଢିଗଲା ଚର୍ଚ୍ଚା

Published By : Prameya-News7 Bureau | April 24, 2020 IST

ମସ୍କୋ, ୨୪|୦୪:    ୧୪ ବର୍ଷର ଗର୍ଭବତୀ ନାବାଳିକା । ଗର୍ଭସ୍ଥ ଶିଶୁର ବାପା କିଏ ? ଏପରି ଏକ ପ୍ରଶ୍ନ ଯେତିକି ସମ୍ବେଦନଶୀଳ ତାଠୁ ବେଶୀ ଆଶ୍ଚର୍ଯ୍ୟଜନକ ତାହାର ଉତ୍ତର । ଗର୍ଭବତୀ ନାବାଳିକାଙ୍କ ଦାବି ଯଦି ସତ ହୋଇଥାଏ ତାହା ବି ଚିନ୍ତାଜନକ । ନାବାଳିକଙ୍କ ଦାବି ହେଲା ସେ ସ୍ୱଇଚ୍ଛାରେ ଗର୍ଭବତୀ ହୋଇଛନ୍ତି ଏବଂ ତାଙ୍କର ପ୍ରେମିକ ବି ଅଛନ୍ତି । କିନ୍ତୁ ପ୍ରେମିକଙ୍କ ବୟସ ହିଁ ଚିନ୍ତାର କାରଣ । ପ୍ରେମିକଜଣଙ୍କ ମାତ୍ର ୧୦ ବର୍ଷର ନାବାଳକ ।ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଉଭୟ ଦମ୍ପତି ନିଜ ଶିଶୁର ଲିଙ୍ଗ ବାବଦରେ ଖୁଲାସା କରିଛନ୍ତି । ଉଭୟ ଗର୍ଭସ୍ଥ ଶିଶୁର ଲିଙ୍ଗ ପ୍ରକାଶ କରିଛନ୍ତି । ଜେଣ୍ଡର୍ ରିଭେଲ୍ ପାର୍ଟି(ଲିଙ୍ଗ ପ୍ରକାଶ ଉତ୍ସବ)ରେ ଉଭୟ  ଏହା କହିଛନ୍ତି । ଘଟଣାଟି ଋଷର ଝେଲେଜୋଙ୍ଗରସ୍କ ଅଞ୍ଚଳର ।

{"id":259502,"width":744,"height":518,"sizeSlug":"large"}

ଇଂରାଜୀ ପୋର୍ଟାଲ ମିରରରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ୧୪ ବର୍ଷୀୟା ନାବାଳିକା ହେଉଛନ୍ତି ଡାରିଆ । ସେ ଋଷର ଝେଲେଜୋଙ୍ଗରସ୍କରେ ରୁହନ୍ତି । ସୋସିଆଲ ମିଡିଆରେ ତାଙ୍କର ୧୧୯,୦୦୦ ଫଲୋଅର୍ସ ରହିଛନ୍ତି । ତାଙ୍କ ଗର୍ଭସ୍ଥ ଶିଶୁ ଏକ କନ୍ୟା ବୋଲି ସେ କହିଛନ୍ତି । କନ୍ୟା ସନ୍ତାନର ନାଁ ସେ କାରୋଲିନା ଦେବେ ବୋଲି ମଧ୍ୟ କହିଛନ୍ତି । ଏନେଇ ସେ ପୂର୍ବରୁ ସୋସିଆଲ ମିଡିଆରେ ଚର୍ଚ୍ଚିତ ରହିଥିଲେ । ତାଙ୍କର ଫଲୋଅର୍ସମାନେ ମଧ୍ୟ ଶିଶୁ କନ୍ୟା ନା ପୁତ୍ର ତାକୁ ନେଇ ଅନୁମାନ ଲଗାଇ ଆସୁଥିଲେ । ଅନେକ ଫଲୋଅର୍ସ ପୁଅ ହେବା ନେଇ କହୁଥିବା ବେଳେ କିଛି ଝିଅ ହେବ ବୋଲି କହୁଥିଲେ । ଯାହା ଉପରୁ ଆଜି ପରଦା ହଟିଛି ।

ତାଙ୍କର ୧୦ ବର୍ଷର ସ୍ୱାମୀ ଇଭାନ ମଧ୍ୟ ବହୁତ ସାନ ଅଟନ୍ତି । ଏହି ବୟସ ପିତା ଦାତିତ୍ୱ ତୁଲାଇବା ପାଇଁ ବହୁତ କମ ବେଲି ସେ କହିଛନ୍ତି ।  ଏହି ପାର୍ଟିରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିଥିଲେ । ସେ ମଧ୍ୟ କାରୋଲିନା ନାଁକୁ ନେଇ ଖୁସି ଅଛନ୍ତି ।

ଡାରିଆ ୨୦ ସପ୍ତାହ ହେଲା ଗର୍ଭବତୀ ଅଛନ୍ତି । ସେ ନିଜ ସନ୍ତାନର ଭବିଷ୍ୟତକୁ ନେଇ ଅନେକ କିଛି ସ୍ୱାପ୍ନ ଦେଖିଛନ୍ତି । ଇଭାନଙ୍କ ସହ ମିଶି ସେ ସମସ୍ତ ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.