ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

୧୪ ବର୍ଷର ନାବାଳିକାକୁ ବିବାହ କରିବା ପଡିଲା ମହଙ୍ଗା : ବିବାହ ବେଦୀରୁ ଉଦ୍ଧାର ହେଲା ନାବାଳିକା, ଗିରଫ ହେଲେ ବର ଓ କନ୍ୟା ପକ୍ଷ

3/12/2018 at 4:19 PM

ଝାରସୁଗୁଡା ୩/୧୨ : ବିବାହ ବେଦୀରୁ ଉଠିଲେ ବରକନ୍ୟା | ଝାରସୁଗୁଡ଼ା ଝାଡ଼େଶ୍ବର ମନ୍ଦିର ରେ ବାଲ୍ୟ ବିବାହ ଚାଲିଥିବା ବେଳେ ସିଡବ୍ଲୁସି, ଚାଇଲଡ଼ ଲାଇନ ଓ ପୋଲିସ ମିଳିତ ଚଢ଼ାଉ କରି ନାବାଳିକା କନ୍ୟାକୁ ଉଦ୍ଧାର କରିଛି। ଆଜି ସକାଳେ ବର, ବରଯାତ୍ରୀ, କନ୍ୟା ଓ କନ୍ୟା ପରିବାର ପହଞ୍ଚିବା ପରେ ହିନ୍ଦୁ ରିତୀନିତୀରେ ଝାଡେଶ୍ୱର ମନ୍ଦିରରେ ହେଉଥିଲା ବାହାଘର । ବିବାହ କାର୍ଯ ଚାଲିଥିବା ବେଳେ ଚାଇଲ୍ଡ ଲାଇନର 1098 ନମ୍ବରରେ ଆସିଥିଲା ଫୋନକଲ |ଏହି ସୂଚନା ପାଇବା ପରେ ଚାଇଲ୍ଡ ଲାଇନ୍, ଶିଶୁମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଝାରସୁଗୁଡା ଟାଉନ ପୋଲିସ ଝାଡେଶ୍ୱର ମନ୍ଦିରରେ ପହଞ୍ଚି ବାହାଘର ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିବା ପରେ ଭଣ୍ଡୁର ହୋଇଥିଲା ବାହାଘର |ଆନ୍ଧ୍ରପ୍ରଦେଶର ବିଜୟୱାଡାର ଜଣେ ୧୪ ବର୍ଷର ନାବାଳିକା ସହ ରେଳବାଇ କଲୋନୀରେ ରହୁଥିବା ସଂପର୍କୀୟ ଭାଇ ଏ.ଶଙ୍କରଙ୍କ ହେଉଥିଲା  ବାହାଘର |ପୁଅର ବୟସ ୨୧ ବର୍ଷ ହୋଇଥିବା ବେଳେ ଝିଅ ର ବୟସ କମ୍ ରହିଥିବାରୁ ବିବାହ ବନ୍ଦ କରିଥିଲା ପ୍ରଶାସନ | ଚଢ଼ାଉ ବେଳେ କନ୍ୟା ପକ୍ଷ ଏହା ବିବାହ ନୁହଁ ବରଂ ପିନ୍ଧାଣି ହେଉଛି କହି କଥା ଟାଳି ଦେଇଥିଲେ |ମାତ୍ର ମନ୍ଦିରର ପୂଜାରୀ ଙ୍କ କହିବା ଅନୁସାରେ ସେମାନେ ବିବାହ ପାଇଁ ରିସିପ୍ଟ କାଟିଥିବା ଜଣା ପଡିଥିଲା। ଘଟଣା ସ୍ଥଳରେ ପୋଲିସ ଉଭୟ ପକ୍ଷକୁ ଗିରଫ କରିବା ସହ ତଦନ୍ତ ଚଳାଇଛି।

   Related Posts