Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପାକିସ୍ତାନରେ ଧର୍ମାନ୍ଧତା : ୧୪ବର୍ଷୀୟା ଖ୍ରୀଷ୍ଟିୟାନ୍ ନାବାଳିକାଙ୍କୁ ଅପହରଣ କରି ଜବରଦସ୍ତ ଧର୍ମ ପରିବର୍ତ୍ତନ ସହ ବିବାହ କଲେ ମୁସଲିମ ଯୁବକ

11/12/2019 at 11:51 AM

କରାଚୀ ୧୧/୧୨ : ପାକିସ୍ତାନରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାର ଘଟଣା ଥମିବାର ନାଁ ଧରୁନାହିଁ। ପାକିସ୍ତାନୀ ଝିଅଙ୍କୁ ଚୀନ ପଠାଯାଉଥିବାବେଳେ ପାକିସ୍ତାନରେ ରହୁଥିବା ଅନ୍ୟ ଧର୍ମର ଝିଅମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ଏପରି ଏକ ଘଟଣା ଘଟିଛି କରାଚୀରେ। ଏଠାରେ ଜଣେ ୧୪ବର୍ଷର ଖ୍ରୀଷ୍ଟିୟାନ୍ ଧର୍ମାବଲମ୍ବୀ ନାବାଳିକା ହୁମା ୟୁନୁସଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା ତା’ପରେ ତାଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଇ ତାଙ୍କୁ ମୁସଲମାନ କରାଯାଇଥିଲା। ଏହା ପରେ ଅପହରଣକାରୀ ଅବଦୁଲ ଜବ୍ବାର ସହ ତାଙ୍କର ବିବାହ କରି ଦିଆଯାଇଥିଲା।

ହୁମା ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ପ୍ରଥମେ ହୁମାଙ୍କୁ ଅପହରଣ କରାଯାଇଥିଲା ଏହା ପରେ ତାଙ୍କୁ ଡେରା ଗାଜି ଖାନ୍ ନିଆଯାଇଥିଲା। ତା’ପରେ ଜବରଦସ୍ତି ତାଙ୍କ ଧର୍ମ ପରିବର୍ତ୍ତନ କରିବା ପରେ ଅପହରଣ କରିଥିବା ଅବଦୁଲ ଜବ୍ବାର ସହ ତାଙ୍କର ବିବାହ କରି ଦିଆଯାଇଥିଲା। ଏହା ପରେ ଅତ୍ୟନ୍ତ ସାହସର ସହିତ ବିବାହର କାଗଜପତ୍ର ହୁମାଙ୍କ ବାପା-ମାଆଙ୍କ ପାଖକୁ ପଠାଇ ଦିଆଯାଇଥିଲା। ଏହା ଏଥିପାଇଁ ଥିଲା ଯେ ଝିଅ ନିଖୋଜ ଥିବା ଯୋଗୁଁ କୋର୍ଟ-କଚେରୀ ଯିବାର ଆବଶ୍ୟକତା ନାହିଁ,ତାଙ୍କ ଝିଅ ଏବେ ଅନ୍ୟର ହୋଇଗଲାଣି। କିନ୍ତୁ ହୁମାଙ୍କ ମାଆ ଏମାମଲାରେ ଡରି ଯାଇ ଚୁପଚାପ୍ ବସିବା ବଦଳରେ କୋର୍ଟ ଯିବାକୁ ଉଚିତ୍ ମଣିଥିଲେ। ପାକିସ୍ତାନର ସାମ୍ବାଦିକା ନାୟଲା ଇନାୟତ ଏହି ସମ୍ବନ୍ଧରେ ଟ୍ବିଟ୍ କରିଛନ୍ତି।

କୋର୍ଟରେ ଶୁଣାଣି ସମୟରେ ହୁମାଙ୍କ ମାଆ ନଗିନା ୟୁନୁସ୍ ପ୍ରଶ୍ନ କରିଥିଲେ ଯେ କ‘ଣ ପାକିସ୍ତାନରେ ଅପହରଣ ଏବଂ ଧର୍ମ ପରିବର୍ତ୍ତନ ହିଁ ତାଙ୍କର ଭବିଷ୍ୟତ ଅଟେ। ଯଦି ଏପରି ତେବେ କ’ଣ ଖ୍ରୀଷ୍ଟିୟାନ୍ ମାଆମାନଙ୍କୁ ତାଙ୍କ ଝିଅଙ୍କୁ ମାରି ଦେବା ଦରକାର? ଅଦାଲତରେ କୁହାଯାଇଥିଲା ଯେ, ଝିଅଙ୍କୁ ଏବେ ୧୮ବର୍ଷ, କିନ୍ତୁ ତାଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କୁ ମାତ୍ର ୧୪ବର୍ଷ। ତାଙ୍କର ୨୦୦୫ମସିହାରେ ଜନ୍ମ ହୋଇଛି। ନଗିନା କହିଥିଲେ ଯେ ତାଙ୍କର ୨୦୦୪ମସିହାରେ ବିବାହ ହୋଇଥିଲା ଏବଂ ୨୦୦୫ମସିହାରେ ହୁମାଙ୍କ ଜନ୍ମ ହୋଇଥିଲା।

ଏହା ସହିତ ନଗିନା କହିଥିଲେ ଯେ ଜବ୍ବାର ତାଙ୍କୁ ଫୋନ୍ ଏବଂ ମ୍ୟାସେଜ ଜରିଆରେ ଧମକ ଦେଉଛି ଯେ ସେ ତାଙ୍କ ଖ୍ରୀଷ୍ଟିୟାନ୍ ସମୁଦାୟକୁ ଏକାଠି କଲେ ମଧ୍ୟ ତାଙ୍କର କିଛି ବିଗାଡ଼ି ପାରିବେ ନାହିଁ। ନଗିନା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍,ବିଲାଓ୍ବଲ ଭୁଟ୍ଟୋ ଏବଂ ସେନା ମୁଖ୍ୟ ବାଜଓ୍ବାଙ୍କଠୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

ପାକିସ୍ତାନରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାର ଏହା ପ୍ରଥମ ମାମଲା ନୁହେଁ । ଏଠାରୁ ସବୁବେଳେ ଏପରି ଖବର ଆସିଥାଏ। ପାକିସ୍ତାନର ହିନ୍ଦୁ,ଶିଖ ଏବଂ ଖ୍ରୀଷ୍ଟିୟାନ୍ ଝିଅଙ୍କୁ ଜବରଦସ୍ତି ମୁସଲମାନ କରାଯାଇଥାଏ। ସେପ୍ଟେମ୍ବର ୪ତାରିଖରେ ଲାହୋରର ପଞ୍ଜାବ ପ୍ରାନ୍ତର ୧୫ବର୍ଷର ଜଣେ ଖ୍ରୀଷ୍ଟିୟାନ୍ ନାବାଳିକାଙ୍କ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଇଥିଲା। ପୀଡ଼ିତା ଖ୍ରିୀଷ୍ଟିୟାନ୍ ନାବାଳିକା ଯେଉଁ ସ୍କୁଲରେ ପଢ଼ୁଥିଲେ,ସେଠାକାର ପ୍ରଧାନ ଶିକ୍ଷୟିତ୍ରୀ ସଲିମା ବିବି ହିଁ ତାଙ୍କର ଧର୍ମ ପରିବର୍ତ୍ତନ କରାଇଥିଲେ। ସଲିମା ବିବି ଶେଖପୁରା ଜିଲ୍ଲାର ଏକ ମଦ୍ରାସା ନେଇ ଯାଇ ତାଙ୍କୁ ଜବରଦସ୍ତି ମୁସଲମାନ କରାଇଥିଲେ।

   Related Posts