Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଦେଢ ବର୍ଷ ପୂର୍ବରୁ ୧୪ ବର୍ଷର ଭାରତୀୟ ବାଳକ ଦେଖି ପାରିଥିଲେ କରୋନାର ଭୟଙ୍କର ଚିତ୍ର, କହିଥିଲେ ଆହୁରି ଅନେକ କିଛି …

15/04/2020 at 11:04 AM

ନୂଆଦିଲ୍ଲୀ, ୧୫|୦୪: ସୋସିଆଲ ମିଡିଆରେ ୧୪ ବର୍ଷର ଏକ ଶିଶୁର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଶିଶୁଜଣଙ୍କ ଦେଢ ବର୍ଷ ପୂର୍ବରୁ କରୋନା ଭାଇରସକୁ ନେଇ ଭବିଷ୍ୟବାଣୀ କରିଥିବା ଦାବି ହେଉଛି । ତେବେ ଦେଢ ବର୍ଷ ପୂର୍ବରୁ ଏହି ଶିଶୁଙ୍କୁ କଟାକ୍ଷ କରିଥିବା ଲୋକମାନେ ଏବେ ତାଙ୍କୁ ଅଧିକ ଆଗ୍ରହ କରୁଥିବା ଦେଖିବାକୁ ମିଳିଛି । କାରଣ ତାଙ୍କ କଥା ସବୁ ସତ ସାବ୍ୟସ୍ତ ହୋଇଛି ।

ଏହି ଶିଶୁଜଣଙ୍କ ହେଉଛନ୍ତି ଅଭିଜ୍ଞ ଆନନ୍ଦ ।  ସେ ଦେଢ ବର୍ଷ ପୂର୍ବରୁ ୟୁଟ୍ୟୁବ୍ ଚ୍ୟାନେଲ କୋନସାଇନସରେ ୨୦୨୦ରେ ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ ବୋଲି କହିଥିଲେ । ଯାହାକୁ ନେଇ ସାରା ବିଶ୍ୱ ଥରହର ହେବ । ଯେଉଁମାନେ ଘରେ ରହିବେ ସେମାନେ ହିଁ ସୁରକ୍ଷିତ ରହିବେ । ମେ ୨୯ ସୁଧା ୨୦ ପ୍ରତିଶତ ଜନସଂଖ୍ୟା ହ୍ରାସ ପାଇବ । ଏହି ସ୍ଥିତି ସେପ୍ଟେମ୍ବର ୨୦୨୦ ଯାଏଁ ଜାରି ରହିବ ।

ଏହା ସହିତ ବାଳକ ଏହା ମଧ୍ୟ ଭବିଷ୍ୟତବାଣୀ କରିଥିଲେ ଯେ ୨୦୨୦ରେ ଚୀନ ଗୁରୁତର ସମସ୍ୟାର ସମ୍ମୁଖୀନ ହେବ। ଏବେ ବାଳକଙ୍କ ଏହି କଥାକୁ ଲୋକେ ବିଶ୍ଵାସ ମଧ୍ୟ କରିବେ, କାରଣ ଚୀନରୁ ଉତ୍ପନ କରୋନା ଭାଇରସ୍ ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଛି। ବାଳକ ଏହା ମଧ୍ୟ କହିଥିଲେ ଯେ, ୨୦୨୦ରେ ବିଶ୍ଵରେ ଜୈବିକ ଅସ୍ତ୍ର ଜରିଆରେ ଲଢେଇ ହୋଇପାରେ। ଲୋକେ ଏବେ କହିବା ଆରମ୍ଭ କଲେଣି ଯେ, ଚୀନ ବିଶ୍ଵରେ ନିଜର ଆଧିପତ୍ୟ ବିସ୍ତାର ପାଇଁ କରୋନା ନାମକ ଜୈବିକ ଅସ୍ତ୍ର ପ୍ରୟୋଗ କରିଛି। ୨୦୨୦ରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଓ ତିକ୍ତତା ବଢିବ ବୋଲି ଭାରତୀୟ  ବାଳକ ୨୦୧୯ ଅଗଷ୍ଟ ମାସରେ ପୂର୍ବାନୁମାନ କରିଥିଲେ। ସତକୁ ସତ ଇରାନର ମୁଖ୍ୟ ଜେନେରାଲ କାସିମ ସୁଲେମାନିଙ୍କୁ ଆମେରିକା ଡ୍ରୋନ ଜରିଆରେ ନିପାତ କରିଛି। ଯାହା ଦ୍ଵାରା ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିବା ସହିତ ଛାୟା ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି।

ବାଳକ ଏହା ମଧ୍ୟ ଚେତାଇ ଦେଇଥିଲେ ଯେ, ୨୦୨୦ରେ ଅଟୋମୋବାଇଲ ଏବଂ ବିମାନ ଶିଳ୍ପ ସାଙ୍ଘାତିକ ଭାବେ ପ୍ରଭାବିତ ହେବେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୦ ଏପ୍ରିଲ ଶେଷ ଆଡକୁ ସମସ୍ୟା ଧିରେ ଧିରେ ହ୍ରାସ ପାଇବ। ଏହି ଭିଡିଓରେ ବାଳକ ସଙ୍କେତ ଦେଇଛନ୍ତି ଯେ, ଚୀନ ଉପରେ ପରମାଣୁ ଆକ୍ରମଣ ହୋଇପାରେ।

ଏବେ ଏହି ଭିଡିଓକୁ ଅପଲୋଡ୍ କରିଥିବା ୟୁଟ୍ୟୁବ୍ ଚ୍ୟାନେଲ୍ ବେଶ୍ ଲୋକପ୍ରିୟତା ସାଉଁଟୁଛି। ଲୋକେ ମଧ୍ୟ ଏହି ଛୋଟ ବାଳକ ଦ୍ଵାରା କରାଯାଇଥିବା ଭବିଷ୍ୟତବାଣୀର ଭିଡିଓକୁ ବହୁଳ ମାତ୍ରାରେ ସେୟାର କରୁଛନ୍ତି। ଜଣେ  ୟୁଟ୍ୟୁବ୍ ୟୁଜର ସାରା କମଲ ଲେଖିଛନ୍ତି ଯେ, ଲୋକଙ୍କୁ ଜାଗ୍ରତ ହେବାର ସମୟ ଆସି ଯାଇଛି। ଏହା ଏକ ଆଧ୍ୟାତ୍ମିକ ଲଢେଇ। ବ୍ରହ୍ମାଣ୍ଡ ପୃଥିବୀକୁ ସ୍ଵଚ୍ଛ କରୁଛି। ସମସ୍ତଙ୍କ ଉପରେ ବିଶ୍ଵାସ ରଖନ୍ତୁ ଏବଂ ପ୍ରାର୍ଥନା କରନ୍ତୁ। ଏହା ଅନ୍ଧକାର ବିରୁଦ୍ଧରେ ପ୍ରକାଶର ଲଢେଇ। ଆମେ ପ୍ରକାଶକୁ ନେଇ ଆଗକୁ ବଢିବୁ।

ଏହି ବାଳକଙ୍କୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ସୁରକ୍ଷିତ ରଖିବା ଉଚିତ୍। ଏମିତି ନହେଉ ତାଙ୍କୁ ଇଲୁମିନାଟି ଅପହରଣ କରି ନେଇନଯାଉ ବୋଲି ଜଣେ ୟଜର କହିଛନ୍ତି।

   Related Posts