Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ତବଲିଗି ଫେରନ୍ତା ଜଣେ ବ୍ୟକ୍ତି ପାଇଁ ୧୪ଟି ଗାଁ କ୍ଵାରେଣ୍ଟାଇନରେ, ଚାରି ଆଡୁ ପୂରା ଅଞ୍ଚଳ ସିଲ୍

13/04/2020 at 5:21 PM

ବନ୍ଦାୟୁ ୧୩।୦୪: ଉତ୍ତର ପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ କାରଣରୁ ୧୪ଟି ଗାଁକୁ କ୍ଵାରେଣ୍ଟାଇନ୍ କରି ସିଲ୍ ମାରି ଦିଆଯାଇଛି। ଏହାର ସୂଚନା ଜିଲ୍ଲାପାଳ ସୋମବାର ଦେଇଛନ୍ତି। ଆନ୍ଧ୍ର ପ୍ରଦେଶରୁ ଆସିଥିବା ବ୍ୟକ୍ତି ସ୍ଥାନୀୟ ମସଜିଦ ଭବାନୀପୁର ଖଲି ଇଲାକାରେ ରହୁଥିଲେ। ଶନିବାର ଆସିଥିବା ରିପୋର୍ଟରେ ସେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନାରେ ସଂକ୍ରମିତ ଏହି ବ୍ୟକ୍ତି ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା।

ଜିଲ୍ଲାପାଳ କୁମାର ପ୍ରଶାନ୍ତ କହିଛନ୍ତି ଯେ, ଉକ୍ତ ବ୍ୟକ୍ତି କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସେହି ଗାଁରୁ ତିନି କିଲୋମିଟର ପରିଧିରେ ଅବସ୍ଥିତ ୧୪ଟି ଗାଁକୁ ସିଲ୍ କରି ଦେଇଛି। ଏହା ସହିତ ଏହି ୧୪ଟି ଗାଁକୁ କ୍ଵାରେଣ୍ଟାଇନ୍ କରି ଦିଆଯାଇଛି।

ଅଧିକାରୀ କହିଛନ୍ତି ଗାଁର ସୀମାକୁ ସିଲ୍ କରି ଦିଆଯାଇଛି। ଅଞ୍ଚଳରେ ଜୋନାଲ ଓ ସେକ୍ଟର ମାଜିଷ୍ଟ୍ରେଟ୍‌ଙ୍କୁ ମୁତୟନ କରାଯାଇଛି। ଗାଁରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ଏବଂ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷଣ କରାଯାଥିବା ଅଧିକାରୀ କହିଛନ୍ତି।

   Related Posts