ପ୍ରାୟ ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବୋଲେର ସହ ୨ ଗିରଫ

Published By : Prameya-News7 Bureau | January 15, 2021 IST

ଲମତାପୁଟ୧୫/୧:  ପୁଣି  ଅଭିନବ ଉପାୟରେ  ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ  ଏବଂ ଲମତାପୁଟ  ପୋଲିସ  ମାଡି ବସିଲା ।   କୋରାପୁଟ ଜିଲ୍ଲା ମାଛକୁଣ୍ଡ ଆନ୍ଧ୍ର ସୀମାନ୍ତ ବାରଟି  ଅଞ୍ଚଳରୁ ବିହାର   ଚାଲାଣ ବେଳେ  ମାଛକୁଣ୍ଡ ଲମତାପୁଟ ପୋଲିସ ହାତରେ ଧରା ପଡିଛି  ବିପୁଳ ପରିମାଣର ଗଞ୍ଜେଇ। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ନନ୍ଦପୁର ଏସଡ଼ିପିଓ    ନେତୃତ୍ଵରେ  ମାଛକୁଣ୍ଡ ପୋଲିସ  ପୂର୍ବରୁ  ଓଡିଶା ସୀମାରେ  ନାକା ବନ୍ଦୀ କରିଥିଲେ । 

ଆନ୍ଧ୍ରା ପଟୁ  ଦ୍ରୁତ ଗତିରେ ଆସୁଥିବା ନମ୍ବର ବିହୀନ ବୋଲେରକୁ  ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ ।  କିନ୍ତୁ ବ୍ୟାରିକେଟ  ଭାଙ୍ଗି  ସେଠାରୁ  ଖସି ପଳାଇବାରେ  ସକ୍ଷମ ହୋଇଥିଲେ  ଗଞ୍ଜେଇ ମଫିଆ ।   ମାଫିଆ  ମାନେ ସେଠାର  ପ୍ରାୟ ୨୫ କିଲୋମିଟର  ଅତିକ୍ରମ  ଲମତାପୁଟ  ନିକଟ  କନାଗାଁ  ଛକ ରେ ନାକା ବନ୍ଦୀ କରି   ଜଗି ରହିଥିଲା  ଲମତାପୁଟ ପୋଲିସ ।ପିଛା  କରି ଆସୁଥିବା ମାଛକୁଣ୍ଡ ପୋଲିସ ଏବଂ ଲମତାପୁଟ ପୋଲିସ  ଗଡିକୁ ଜବତ କରିବା ସହ  ଦୁଇ ଗଞ୍ଜେଇ ମାଫିଆ ଙ୍କୁ କାବୁ କରିବାରେ ସଫଳ  ହୋଇଛନ୍ତି ।

ପ୍ରାୟ ଏକ ଘଣ୍ଟା ଧରି ଗଡିକୁ ତନ ତନ କରି ଯାଞ୍ଚ କରିବାରୁ  ସ୍ଵତନ୍ତ୍ର ଚାମ୍ବର ରେ ସିଟ  ଭିତରେ  ସ୍ଵତନ୍ତ୍ର  ଚାମ୍ବରରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା ।  ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ବୋଲେର  ସହ  ଦୁଇ ଜଣକୁ  ଅଟକ ରଖିଛି ପୋଲିସ।   ଏହି ବୋଲେରରେ ପ୍ରାୟ  ୧ କ୍ବିଣ୍ଟାଲ ୩୪ କେଜି  ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଯୁବକ ବିହାର ଛୋଟୁ  ରାମ ଏବଂ ଦିଲ୍ଲୀ ର  ରାଜିୱା  ପାସ୍ଵାନ ।  ଏମାନେ ବହୁବାର  ଏହି ଅଞ୍ଚଳରୁ ଗଞ୍ଜେଇ ନେଇଥିବା ସ୍ଵୀକାର କରିଥିବା  ବେଳେ  କାହାଠାରୁ ଏହି ଗଞ୍ଜେଇ ନେଉଥିଲେ ତାହା ତଦନ୍ତ  କରୁଛି ଅଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.