ଦିଦିଙ୍କ ବୋତଲରୁ ପାଣି ପିଇଦେଲେ ବୋଲି ୧୪ ଛାତ୍ରଙ୍କୁ ବେତ ଭାଙ୍ଗିବା ଯାଏଁ ପିଟିଲେ ଶିକ୍ଷୟିତ୍ରୀ

Published By : Prameya-News7 Bureau | October 29, 2019 IST

ନବରଙ୍ଗପୁର ୨୯|୧୦: ମଧ୍ୟାହ୍ନ ଭୋଜନ ପରେ ଶିକ୍ଷୟତ୍ରୀଙ୍କ ପାଣି ପିଇଲେ ବୋଲି  ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଭୋଗିଲେ ୧୪ ସ୍କୁଲ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି   ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଯେଉଁଠି ସ୍କୁଲ ଶିକ୍ଷୟତ୍ରୀ ୧୫ ରୁ ଅଧିକ ବାଡ଼ି ସାହାଯ୍ୟରେ ଛାତ୍ରଙ୍କୁ ପ୍ରବଳ   ମାଡ଼ ମାରିଛନ୍ତି ।  ଫଳରେ ୧୪ ଜଣ ହଷ୍ଟେଲ ଛାତ୍ର ଆହତ ହୋଇଛନ୍ତି ।  ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶିକ୍ଷୟତ୍ରୀ ମଧ୍ୟ ମାଡ଼ ମାରିଥିବା ସ୍ବୀକାର କରିଛନ୍ତି । ତେବେ ତାଙ୍କ ପାଇଁ ଉଦ୍ଧିଷ୍ଟ ପାଣି ପିଇବାକୁ ନେଇ ନୁହଁ, ବରଂ ଛାତ୍ରଙ୍କ ପରୀକ୍ଷା ଥିବାରୁ ପଢିବା ପାଇଁ ମାରିଥିବା ସେ କହିଛନ୍ତି । 

{"id":176486}

ଆଖିରେ ଭୟ ସହ ଲୁହ ଓ  ଦେହରେ ଆଘାତର ଚିହ୍ନ ଥିବା ଏହି କୋମଳମୋତି ଛାତ୍ର  ମାନେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଆଉ ଏମାନଙ୍କୁ ଏହି କ୍ଷତ ଦେଇଛନ୍ତି ସ୍କୁଲ ର ଶିକ୍ଷୟତ୍ରୀ ସୁପ୍ରଭା ସାହୁ ।

{"id":176490}

ଛାତ୍ର ମାନଙ୍କ ଦୋଷ ଥିଲା ଯେ ମଧ୍ୟାହ୍ନ ଭୋଜନ ପରେ  ନିଜ ବାସନ ସଫା କରି        ୧୪ ଜଣ ହଷ୍ଟେଲ ଛାତ୍ର ଦିଦିଙ୍କ  ଅଇଁଠା ଥାଳି ଛୁଇଁ ଦେଇଥିଲେ ଏବଂ ଦିଦି ଆଣିଥିବା ବୋତଲର ପାଣିକୁ ପିଇଦେଇଥିଲେ । ଯାହାଫଳରେ ଦିଦିଙ୍କ ରାଗ ପଞ୍ଚମ କୁ ଚଢି ଯାଇଥିଲା । ଆଉ ଦିଦିଙ୍କ ରୋଷର ଶିକାର ହେବାକୁ ପଡିଥିଲା ଏହି ଛାତ୍ର ମାନଙ୍କୁ ।

{"id":176491,"width":577,"height":433}

ଦିଦି ରାଗି ଜଣ ଜଣ କରି ହଷ୍ଟେଲରେ ରହି ପଢୁଥିବା  ଏହି  ୧୪ ଜଣ ସ୍କୁଲ ଛାତ୍ରଙ୍କୁ ନିର୍ଦୟ ଭାବେ ବାଡ଼ିରେ ଛେଚି ଚାଲିଲେ । ଆଉ ଗୋଟିଏ କି ଦୁଇଟି ନୁହଁ ଏକା ସାଙ୍ଗରେ ୧୫ ରୁ ଉର୍ଦ୍ଧ ବାଡ଼ି ଭାଙ୍ଗି ଯାଇଥିଲା । ଦିଦି ଙ୍କ ଏହି ଉଗ୍ର ରୂପ ଦେଖି ଛାତ୍ରମାନେ ଜୀବନ ବିକଳରେ ସ୍କୁଲ ଛାଡି ଧାଇଁଥିଲେ ସ୍କୁଲ ସଭାପତି ଯୁଧେଷ୍ଟି ଗୌଡଙ୍କ ନିକଟକୁ  ।

{"id":176492,"width":577,"height":433}

ସ୍କୁଲରେ ପ୍ରଧାନଶିକ୍ଷକ ଅନୁପସ୍ଥିତ ରହିଥିଲେ । ଆଉ ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ବରେ ଥିଲେ ଶିକ୍ଷୟତ୍ରୀ ସୁପ୍ରଭା ସାହୁ ।  ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳି କରିଥିବା ନେଇ ଏବେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଶିକ୍ଷୟତ୍ରୀ ମାଡ଼ ମାରିଥିବାନେଇ  ସ୍ବୀକାର କରିଥିବାବେଳେ ନିଜ ଭୁଲ ପାଇଁ ପଶ୍ଚାତାପ କରିଛନ୍ତି । ନିଜ ର ଏହି ଭୁଲକୁ ନ ଦୋହରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

{"id":176493,"width":573,"height":430}

କିନ୍ତୁ ଛାତ୍ର ମାନେ ତାଙ୍କ ପାଣି ପିଇବାରୁ ସେ ମାଡ ଦେଇନାହାନ୍ତି , ବରଂ ମନଦେଇ ପାଠପଢିବା ଲାଗି ମାରିଥିଲେ ।  ଛାତ୍ରମାନେ ଦୁଷ୍ଟ ହେଉଥିଲେ  ଏବଂ ଆଜି ପରୀକ୍ଷା ଥିବାରୁ ସ୍କୁଲର ମଧ୍ୟାହ୍ନ ବିରତି ପରେ କ୍ଲାସ ରୁମକୁ ଯାଇ ପଢିବା ପାଇଁ ସେ କହିଥିଲେ । ଯେତେ କହିଲେ ମଧ୍ୟ ଛାତ୍ରମାନେ ଶୁଣି ନ ଥିଲେ । ସବୁ ଛାତ୍ର ଏକାଠି ଠୁଳ ହୋଇ  ହସି ହସି ତାଙ୍କ କଥାକୁ ଏଡେଇ ଦଯାଇଥିଲେ ।  ଫଳରେ ଛାତ୍ରଙ୍କୁ ଶୃଙ୍ଖଳିତ କରିବା ଲାଗି ସେ ମାରିଥିଲେ ବୋଲି କହିଛନ୍ତି ।

{"id":176494,"width":578,"height":285}

ସ୍କୁଲ ପରିଚାଳନା କମିଟିର ସଭାପତି ଛାତ୍ରଙ୍କ ନିକଟରୁ ଘଟଣା ସମ୍ପର୍କରେ ଅବଗତ ହେବାପରେ ସଙ୍ଗେ ସଙ୍ଗେ ଛାତ୍ରଙ୍କ ଅଭିଭାବକ, ସ୍କୁଲ ପ୍ରଧାନଶିକ୍ଷକ ଓ କମିଟି ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ । ଏହି ଆଦିବାସୀ ପିଲାମାନେ ଦୂରଦୂରାନ୍ତରୁ ଆସି ହଷ୍ଟେଲରେ ରହି ପାଠପଢୁଛନ୍ତି ।

{"id":176495,"width":573,"height":430}

 ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପରେ ଉଚ୍ଚ ଅଧିକାରୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।  ଅଭିଭାବକମାନେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବାବେଳେ  ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ କତ୍ତୃପକ୍ଷ ।

{"id":176496,"width":575,"height":431}

ଯେଉଁ ଶିକ୍ଷୟତ୍ରୀଙ୍କୁ ଛାତ୍ର  ଛାତ୍ରୀ ଓ ଅଭିଭାବକ ତଥା ସମାଜ ରେ ଭଗବାନର ଆଖ୍ୟା ଦିଆଯାଏ ତାଙ୍କର ଏଭଳି କାମ ଶିକ୍ଷକ ସମାଜକୁ ନିନ୍ଦତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.