Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍
  • ||
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

୧୪ ରାଜ୍ୟକୁ ୬୧୯୫ କୋଟିର ଅନୁଦାନ ରାଶି ଜାରି କଲେ କେନ୍ଦ୍ର ସରକାର

12/09/2020 at 9:21 PM

ନୂଆଦିଲ୍ଲୀ, ୧୨|୦୯ :  କେନ୍ଦ୍ର ସରକାର ୧୪ଟି ରାଜ୍ୟକୁ ରାଜସ୍ୱ କ୍ଷତି ଅନୁଦାନ ବାବଦରେ ମାସିକ କିସ୍ତି ଭାବେ ୬୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ଶୁକ୍ରବାର ଟ୍ୱିଟ୍ କରି କହିଛନ୍ତି ଯେ, ସରକାର ଡିସେମ୍ବର ୧୦, ୨୦୨୦ରେ ୧୪ ରାଜ୍ୟକୁ ରାଜସ୍ୱ କ୍ଷତି ବାବଦରେ ୬୧୯୫.୦୮ କୋଟିର ଅନୁଦାନ ପ୍ରଦାନ କରିଛନ୍ତି । ୧୫ତମ ବିତ୍ତ ଆୟୋଗର ସୁପାରିଶ ପରେ ଏହି ରାଶି ଜାରି କରାଯାଇଛି । ଏଥିରେ ଏହି ରାଜ୍ୟଙ୍କୁ କରୋନା ମୁକାବିଲାରେ ସାହାଯ୍ୟ ମିଳିବ ।

ଏହି ୧୪ ରାଜ୍ୟ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଲ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ରହିଛି ।

ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅଗଷ୍ଟ ମାସର ଅବଦ୍ଧିରେ ଏହି ଅର୍ଥ ରାଶି ଜାରି କରାଯାଇଛି । ବିତ୍ତ ଆୟୋଗଙ୍କ ଦ୍ୱାରା କେନ୍ଦ୍ର ବିଭିନ୍  ରାଜ୍ୟକୁ ରାଜସ୍ୱ କ୍ଷତିକୁ କମ୍ କରିବା ପାଇଁ ଏହି ଅର୍ଥ ପ୍ରଦାନ କରିଥାନ୍ତି । ଏହାକୁ ରାଜସ୍ୱ କ୍ଷତି ଅନୁଦାନ କୁହାଯାଏ ।

   Related Posts