ଉଦ୍ଧାର କଲା ବେଳେ ଥିଲା ଗୋଟେ ସାପ, ହେଲେ ଘରେ ପହଞ୍ଚିବା ବେଳକୁ ବାହାରିଲା ୧୪

Published By : Prameya-News7 Bureau | June 27, 2021 IST

ଭୁବନେଶ୍ୱର, ୨୭/୦୬: ସକାଳ ସମୟରେ ରଘୁନାଥପୁର ପ୍ଲଟ ନଂ- ୩୦୯ରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସେଇ ସାପଟି ଏକ କାଉଚିଆ ସାପ ଥିଲା, କିନ୍ତୁ ସାପ ଟିକୁ ବ୍ୟାଗ ଭିତରେ ଭର୍ତ୍ତି କରିବା ବେଳେ ନିଜର ଦୀର୍ଘ ଅଭିଜ୍ଞତାରୁ ପୂର୍ଣ୍ଣ ଜାଣି ପାରିଥିଲେ ଯେ ତା ପେଟରେ ଛୁଆ ଅଛି । ଘରେ ପହଞ୍ଚି ବ୍ୟାଗ ଖୋଲି ଦେଖିବା ବେଳକୁ ୧୦ଟି ଛୁଆ । ସେମାନଙ୍କୁ ଏକ ପ୍ଲାଷ୍ଟିକ ବାଲଟି ଭିତରେ ରଖିଦେଲେ ପୂର୍ଣ୍ଣ ଏବଂ ଆହୁରି ୩ଟି ଛୁଆ ଜନ୍ମ କରିଥିଲା ମା' କାଉଚିଆ ସାପ । ଏହିପରି ମୋଟ ୧୩ ଛୁଆ ଜନ୍ମ କରିଥିଲା ମା' କାଉଚିଆ ସାପ ।

ସାପ ଛୁଆ ଜନ୍ମ କରିବା ନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି " ଏହି ସାପଟି ଏକ ସାଧାରଣ ସାପ, ଏହାର ଇଂରାଜୀ ନାମ Smooth scaled water snake, ଏବଂ ବୈଜ୍ଞାନିକ ନାଁ Enhydris enhydris । ଓଡ଼ିଆରେ ଏହାକୁ କାଉଚିଆ ସାପ କହିଥାନ୍ତି । ଏମାନେ ଉଭୟ ମଧୁର ଜଳ ଏବଂ ଖାରି ଜଳ ରେ ବସବାସ କରିଥାନ୍ତି । ଓଡ଼ିଶାରେ ପ୍ରାୟ ସବୁ ଅଞ୍ଚଳରେ ଏଇ ସାପ ପାଣି ଅଞ୍ଚଳରେରେ ଦେଖା ଯାଆନ୍ତି" ।

ନାଗ ବା ଧଣ୍ଡ ସାପ ଆଦି ଅଣ୍ଡା ଦେବାର କିଛି ଦିନ ଗଲା ପରେ ଅଣ୍ଡା ଫୁଟି କୁନି କୁନି ଛୁଆ ସାପମାନେ ବାହାରକୁ ବାହାରିଥାନ୍ତି । ହେଲେ ଏଇ କାଉଚିଆ ସାପଙ୍କ କ୍ଷେତ୍ରରେ ଭିନ୍ନ ଧରଣର ପ୍ରଜନନ ଦେଖା ଦେଇଥାଏ । ଏମାନେ ସିଧାସଳଖ ଛୁଆ ୪ରୁ ୧୮ ଯାଏଁ ଛୁଆ ଜନ୍ମ କରିବାର ରିପୋର୍ଟ ଅଛି । ଭୁବନେଶ୍ୱରରେ ଆଜି ଉଦ୍ଧାର ହୋଇଥିବା ସାପ ସାପଟି ୧୩ଟି ଛୁଆ ଜନ୍ମ କରିଛି ।  ମା ଏବଂ ଛୁଆଙ୍କୁ ଏକାଠି ଏକ ଜଳାଶୟରେ ଛାଡି ଦିଆଯିବ ।

ତେବେ ସାପ ମାନଙ୍କ କ୍ଷେତ୍ରରେ ମାଆ ମାନେ ଛୁଆଙ୍କର ଯତ୍ନ ନିଅନ୍ତି ନାହିଁ କିମ୍ବା ଶୀକାର କରିବା ଶିଖାନ୍ତି ନାହିଁ, ସେମାନେ ନିଜେ ନିଜେ ଶୀକାର କରିବା ଶିଖନ୍ତି । ନଚେତ ଜୀବନ ଯୁଦ୍ଧରେ ହାରି ମୃତ୍ୟୁ ବରଣ କରନ୍ତି ବୋଲି ଶୁଭେନ୍ଦୁ ମଲ୍ଲିକ ପ୍ରକାଶ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.