Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ବିପଦରେ ପ୍ରାଇଭେସୀ : ଲିକ୍‌ ହେଉଛି କୋଟି କୋଟି ୟୁଜରଙ୍କ ଡାଟା, ୧୪ଟି ଲୋକପ୍ରିୟ ଆପ୍‌ ବିରୁଦ୍ଧରେ ସାଂଘାତିକ ଅଭିଯୋଗ

7/10/2021 at 3:46 PM

ନୂଆଦିଲ୍ଲୀ ୦୭/୧୦ : ସାରା ବିଶ୍ବରେ ଏବେ ଟେକ୍ନୋଲୋଜୀର ବହୁଳ ବ୍ୟବହାର ହେଉଛି । ଉନ୍ନତମାନର ଜ୍ଞାନ କୌଶଳ ଯୋଗୁଁ ସ୍ମାର୍ଟଫୋନ୍‌ ଗୁଡିକର ପ୍ରଚଳନ ଏବେ ଅନେକ ପରିମାଣରେ ବୃଦ୍ଧି ପାଉଛି । ଚାହିଦାକୁ ଦେଖି ହଜାର ହଜାର ଆପ୍‌ ମଧ୍ୟ ବିକଶିତ ହେଉଛି । ତେବେ ସେ ସବୁ ଆପ୍‌ ୟୁଜରଙ୍କ ପାଇଁ କେତେ ସୁରକ୍ଷିତ ତାହା କେହି ଜାଣନ୍ତିନି । କାରଣ ଥରେ ସେଗୁଡିକୁ ଇନଷ୍ଟଲ କରିବା ମାତ୍ରେ ଆମର ଗୋପନୀୟ ତଥ୍ୟ ସବୁ ଉକ୍ତ ଆପ୍‌ ନିକଟକୁ ଚାଲିଯାଇଥାଏ । ଆଉ କିଛି ଆପ୍‌ ରହିଛି ଯେଉଁଥିରେ ଆମର ଡାଟାଗୁଡିକୁ ଆସେସ୍‌ କରିବା ପାଇଁ ସେ ଅନୁମତି ମାଗିଥାନ୍ତି ।

ତେବେ ବର୍ତ୍ତମାନ ଏଭଳି କିଛି ଆପ୍‌ ଗୁଡିକ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଏହି ଆପ୍‌ ଗୁଡିକ ୟୁଜରମାନଙ୍କ ଡାଟା ଲିକ୍‌ କରୁଥିବା ଅଭିଯୋଗ ହୋଇଛି । ସୁରକ୍ଷା ଅନୁସନ୍ଧାନକାରୀ ଟିମ୍‌ ଏଭଳି ପ୍ରାୟ ୧୨ରୁ ଉର୍ଦ୍ଧ୍ବ ଆପ୍‌କୁ ଚିହ୍ନଟ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ସେହି ଆପ୍‌ଗୁଡିକ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ପ୍ରାୟ ୧୪୦ ମିଲିୟନ (୧୪କୋଟି) ଥର ଡାଉନଲୋଡ୍‌ କରାଯାଇଛି ଏବଂ ଏମାନେ ଗ୍ରାହକମାନଙ୍କ ଡାଟା ଲିକ୍‌ କରୁଛନ୍ତି ।

ସାଇବର ନ୍ୟୁଜ୍‌ର ନୂଆ ଅନୁସନ୍ଧାନ ଅନୁଯାୟୀ, ମୋଟ ୧୪ଟି ଆଣ୍ଡ୍ରଏଡ୍‌ ନଜରକୁ ଆସିଛନ୍ତି ଯେଉଁଗୁଡିକୁ ସାମୂହିକ ଭାବେ ୧୪.୨୫ କୋଟିରୁ ଉର୍ଦ୍ଧ୍ବ ଥର ଡାଉନଲୋଡ କରାଯାଇସାରିଛି । ଏହି ଆପ୍‌ ଗୁଡିକ ଗ୍ରାହକମାନଙ୍କ ଗୋପନୀୟ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ଆସିବା ପରେ ଚିନ୍ତାରେ ପଡିଯାଇଛନ୍ତି ୟୁଜର ।

ଭୁଲ କନଫ୍ୟୁଗରେସନ୍‌ କାରଣରୁ ଆପତ୍ତିଜନକ ଆପ୍‌ ଗୁଡିକ ସମ୍ବେଦନଶୀଳ ୟୁଜର ଡାଟା ଯେପରିକି ଇ-ମେଲ୍‌, ଗ୍ରାହକଙ୍କ ନାଁ ଭଳି ଅନେକ ତଥ୍ୟ ଲିକ୍‌ କରୁଥିବା ଜଣାପଡିଛି । ସୁରକ୍ଷା ଅନୁସନ୍ଧାନକାରୀ ଟିମ୍‌ ପକ୍ଷରୁ କହାଯାଇଛି ଯେ, ଭୁଲ କନଫ୍ୟୁଗରେସନ୍‌ କାରଣରୁ ସାଇବର ଅପରାଧୀମାନେ ବିନା କୌଣସି ଦ୍ବିଧାରେ ଗ୍ରାହକଙ୍କ ଡାଟା ପାଇଯାଉଛନ୍ତି ।

ଏଭଳି ବେଆଇନ ଭାବେ ଗ୍ରାହକଙ୍କ ଗୋପନୀୟ ତଥ୍ୟ ଲିକ୍‌ କରୁଥିବା ପ୍ରାୟ ୧୪ଟି ଆଣ୍ଡ୍ରଏଡ୍‌ ଆପ୍‌ ମଧ୍ୟରୁ ୯ଟି ଏବେ ମଧ୍ୟ ସକ୍ରିୟ ରହିଛି । ଯେଉଁମାନେ କି ଡାଟା ଲିକ୍‌ ଜାରି ରଖିଛନ୍ତି । ଏହା ଦ୍ବାରା ପ୍ରାୟ ୩ କୋଟି ୟୁଜର ପ୍ରଭାବିତ ହେଉଛନ୍ତି । ଡାଟାଗୁଡିକୁ ସୁରକ୍ଷିତ ରଖିବା ପାଇଁ ଗୁଗୁଲ ସହିତ ଯୋଗାଯୋଗ ହୋଇଛି ବୋଲି ସାଇବର ନ୍ୟୁଜ୍‌ ପକ୍ଷରୁ କୁହାଯାଇଛି ।

   Related Posts