ଘର ମୁହାଁ ଶ୍ରମିକଙ୍କୁ ଛାଡିଲାନି କାଳ : ଏକାଧିକ ଦୁର୍ଘଟଣାରେ ୧୪ ଶ୍ରମିକ ମୃତ, ୫୦ରୁ ଅଧିକ ଆହତ

Published By : Prameya-News7 Bureau | May 14, 2020 IST

ଗୁନାମୁଜାଫରନଗର ୧୪।୫: କରୋନା ଏବଂ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରୁଥିବା ଶ୍ରମିକମାନେ ପୁଣି ଦୁର୍ଘଟଣାର ଶିକାର ହୋଇଛନ୍ତି । ମଧ୍ୟପ୍ରଦେଶର ଗୁନାରେ ୬୦ରୁ ଅଧିକ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍ ବୁଧବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଗୁନାର କେଣ୍ଟ ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ପ୍ରାୟ ୫୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଶ୍ରମିକ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶକୁ ଯାଉଥିଲେ ।

{"id":269636,"sizeSlug":"large"}

ଗୁନା ପୋଲିସ କହିଛି ଯେ, ବସ୍ ଏବଂ ଟ୍ରକ୍ ଯାତ୍ରୀମାନଙ୍କୁ ନେଇ ଯାଉଥିଲା । ଲକ୍ ଡାଉନ୍ ଯୋଗୁଁ ଫସି ରହିଥିବା ଶ୍ରମିକ ନିଜ ନିଜ ଘରକୁ ଫେରୁଥିଲେ । ରାତି ୨ଟାରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଏହାପୂର୍ବରୁ ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ବସ୍ ଶ୍ରମିକଙ୍କୁ ଧକ୍କା ଦେଇଥିଲା । ବୁଧବାର ବିଳମ୍ବିତ ରାତିରେ ସାହାରନପୁର ରୋଡ୍‌ରେ ଘଟିଥିଲା ଏହି ଦୁର୍ଘଟଣା । ଫଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ପଞ୍ଜାବରେ କାମ କରୁଥିଲେ ଏବଂ ବିହାରର ଗୋପାଳଗଞ୍ଜରେ ନିଜ ଘରକୁ ଚାଲି ଚାଲି ଫେରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.