ଆସିଲା ଭଲ ଖବର: ସୁସ୍ଥ ହେଲେ ୧୪ କୋଭିଡ-୧୯ ସଂକ୍ରମିତ, କେନ୍ଦ୍ରାପଡା ଏବେ କରୋନା ମୁକ୍ତ

Published By : Prameya-News7 Bureau | May 01, 2020 IST

ଭୁବନେଶ୍ୱର, ୦୧|୦୫: ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏକ ଭଲ ଖବର ସାମ୍ନାକୁ ଆସିଛି । ଶୁକ୍ରବାର ଏବେସୁଦ୍ଧା ଆହୁରି ୧୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଁଚିଛି ।

ଆଜି ଭଦ୍ରକର ୭ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡାର ଜଣେ, ଭୁବନେଶ୍ୱରର ୩ଜଣ, ବାଲେଶ୍ୱରର ୩ ଓ ଭଦ୍ରକର ୭ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଁଚିଛି । ଏହାସହ କେନ୍ଦ୍ରାପଡାରେ ଏବେ କୌଣସି ସକ୍ରିୟ କେସ୍ ନାହିଁ ।

wp:core-embed/twitter {"url":"https://twitter.com/HFWOdisha/status/1256153940749463552","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1256153940749463552
/wp:core-embed/twitter

କିଛି ସମୟ ପୂର୍ବରୁ ରାଜ୍ୟରେ ଆଜି ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛଥିଲେ । ଏହାକୁ ମିଶାଇ ରାଜ୍ୟରେ ଥିବା ସଂକ୍ରମିତ ସଂଖ୍ୟା ୧୪୭ରୁ ୧୪୮ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି । ତେବେ ଏବେ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.