Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

୧୪ ମାସର ଶିଶୁ କରୋନା ପଜିଟିଭ୍ : ପିତାମାତାଙ୍କର ନାହିଁ କୌଣସି ଟ୍ରାଭେଲ ହିଷ୍ଟ୍ରୀ

6/04/2020 at 8:58 PM

ଜାମନଗର ୦୬/୦୪ : ୧୪ ମାସର ଶିଶୁ କରୋନା ପଜିଟିଭ ଥିବା ଜଣାପଡିଛି | ଶିଶୁଟି ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛି ତାହା ଜାଣିବା କଷ୍ଟକର ହୋଇପଡିଛି | ରବିବାର ଦିନ ଶିଶୁର କରୋନା ପରୀକ୍ଷା ପଜିଟିଭ୍ ଥିବା ସାମ୍ନାକୁ ଆସିଛି | ଶିଶୁଟିକୁ ଭେଣ୍ଟିଲେଟରରେ ରଖାଯାଇଛି | ଶିଶୁର ଶ୍ରମିକ ପିତାମାତା ଡାରେଡ୍ ଗ୍ରାମରେ ରହୁଛନ୍ତି | ସେଠାରୁ ଭୂତାଣୁ ବିସ୍ତାର ହୋଇଥିବା ସନ୍ଦେହ କରି ଯାଞ୍ଚ ପାଇଁ ଗାଁକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଜାମନଗର ଜିଲ୍ଲାରେ କରୋନାଭାଇରସ୍ ସଂକ୍ରମଣର ଏହା ମଧ୍ୟ ପ୍ରଥମ ଘଟଣା।

ଶିଶୁକୁ ସଂକ୍ରମଣର ଉତ୍ସ ଖୋଜିବା ପାଇଁ ସ୍ୱାସ୍ଥ୍ୟ ପ୍ରଶାସନ ବର୍ତ୍ତମାନ ଅଣ୍ଟା ଭିଡିଛି | ଯେହେତୁ ଶିଶୁର ପିତାମାତା ଶ୍ରମିକ ଏବଂ ବର୍ତ୍ତମାନ ତାଙ୍କର କୌଣସି ଯାତ୍ରା ଇତିହାସ ନାହିଁ ସେଥିପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନେ ସଂକ୍ରମଣର ପ୍ରକୃତ ଉତ୍ସ ଖୋଜିବାକୁ ପୁରା ଚେଷ୍ଟା କରୁଛନ୍ତି ବୋଲି ଜାମନଗର କଲେକ୍ଟର ରବି ଶଙ୍କର କହିଛନ୍ତି।

“ପିଲାଟି ଉତ୍ତରପ୍ରଦେଶରୁ ଆସିଥିବା ଜଣେ ଶ୍ରମିକ ଦମ୍ପତିଙ୍କ ପୁଅ। ସେମାନେ ଜାମନଗର ସହରର ଡେରେଡ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ରୁହନ୍ତି ଏବଂ ଶ୍ରମିକ ଭାବରେ କାରଖାନାରେ କାମ କରନ୍ତି। ସେମାନେ ଦୀର୍ଘ ଦିନ ଧରି ଏହି ଅଞ୍ଚଳ ଛାଡି କୁଆଡେ ଯାଇନାହାଁନ୍ତି। ତଥାପି ସେମାନଙ୍କ ୧୪ ମାସର ପୁଅ କରୋନାରେ ସଂକ୍ରମିତ ହୋଇଛି।

ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଶନିବାର ଦିନ ତାଙ୍କ ପିତାମାତା ତାଙ୍କୁ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ । ରବିବାର ଦିନ ଶିଶୁର ପରୀକ୍ଷା ପରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିବା ବୋଲି ଶଙ୍କର କହିଛନ୍ତି। ସେ କହିଛନ୍ତି, “ଶିଶୁଟି ଚିକିତ୍ସିତ ହେଉଛି । ସତର୍କତା ଦୃଷ୍ଟିରୁ ତାଙ୍କ ପିତାମାତାଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି |”

ଶିଶୁଟି ବର୍ତ୍ତମାନ ଭେଣ୍ଟିଲେଟର ସହାୟତାରେ ଅଛି ବୋଲି ରାଜ୍ୟ ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ) ଜୟନ୍ତୀ ରବି କହିଛନ୍ତି। ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଡାରେଡ୍ ଗାଁରେ ଶ୍ରମିକମାନଙ୍କ କଲୋନୀକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି |

   Related Posts