ରଖେ ହରି ମାରେ କିଏ : ୪ମହଲା କୋଠାରୁ ଖସିପଡ଼ିଲା ୧୪ମାସର ଶିଶୁ , ହେଲେ ଗଛରେ ଓହଳି ବଞ୍ଚିଗଲା ଜୀବନ

Published By : Prameya-News7 Bureau | January 05, 2019 IST

ମୁମ୍ବାଇ ୫/୧: ମୁମ୍ବାଇରେ ଗୁରୁବାର ୧୪ମାସର ଶିଶୁ ୪ମହଲାରୁ ପଡ଼ି ଗଛରେ ଲଟକି ଯାଇଥିଲା। ଏଥିରେ ନିରୀହ ଶିଶୁର ଜୀବନ ତ ବଞ୍ଚିଯାଇଥିଲା କିନ୍ତୁ ଶିଶୁର ଓଠ,ଗୋଡ଼ ଏବଂ ଲିଭରରେ ଶକ୍ତ ଆଘାତ ଲାଗିଛି। ଶିଶୁକୁ ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

wp:gallery /wp:gallery

ଏହି ଘଟଣା ଗୋମ୍ବଡ଼ି ଗୋପୀ କୃଷ୍ଣ ବିଲଡିଂରେ ଘଟିଛି। ଶିଶୁର ନାଁ ଅଥର୍ବ ବରକଡ଼େ। ତାକୁ ଆଇସିୟୁରେ ରଖାଯାଇଛି। ଶିଶୁର ଅବସ୍ଥାରେ ଉନ୍ନତି ଘଟିଛି। ଲିଭରରେ ଶକ୍ତ ଆଘାତ ଲାଗିଛି ଏବଂ ଏବେ ଏହାର ଚିକିତ୍ସା ଚାଲିଛି। ଶିଶୁକୁ ରକ୍ତ ମଧ୍ୟ ଦିଆଯାଇଛି। ଶିଶୁର ବାପାଙ୍କ କହିବା ଅନୁସାରେ ଘରର ଝରକା ଭୁଲବଶତଃ ଖୋଲା ରହିଯାଇଥିଲା । ଏଥିପାଇଁ ଏହି ଦୁର୍ଘଟଣା ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.