ରାଉରକେଲା ରେଳ ଷ୍ଟେସନରୁ ୧୪ ଜଣ ଶିଶୁ ଶ୍ରମିକ ଉଦ୍ଧାର

Published By : Prameya-News7 Bureau | August 22, 2018 IST

ରାଉରକେଲା ରେଳ ଷ୍ଟେସନରୁ ୧୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି | ୩ ନାବାଳକ ଓ ୧୧ ଜଣ ନାବାଳିକାଙ୍କୁ ଟ୍ରେନରୁ ଆରପିଏଫ ଓ ଜିଆରପି ପୋଲିସ ଉଦ୍ଧାର କରିଛନ୍ତି | ଟାଟା ଆଲେପି ଟ୍ରେନରୁ ଏହି ବାଳ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ନେଇ ଯାଉଥିବା ଦଲାଲକୁ ମଧ୍ୟ ପୋଲିସ ଗିରଫ କରିଛି | ଉଦ୍ଧାର ବାଳ ଶ୍ରମିକ ଝାରଖଣ୍ଡ ଚକ୍ରଧରପୁର ଅଂଚଳର ବୋଲି ଜଣାପଡିଛି | ଚେନ୍ନାଇର ଏକ କପଡା ମିଲରେ କାମ କରିବାକୁ ଏମାନଙ୍କୁ ଦଲାଲ ଜଣକ ନେଇଯାଉଥିଲା | ତେବେ ଉଦ୍ଧାର ହୋଇଥିବା ନାବାଳକ ଓ ନାବାଳିକାଙ୍କ ପରିବାର ଲୋକଙ୍କୁ ପୋଲିସ ଖବର ଦେଇଛି | ଦଲାଲ ପାଖରୁ କିଛି ତଥ୍ୟ ସଂଗ୍ରହ କରି ପୋଲିସ ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.