ପୁଣି ଜଳପଥରେ ଫେରିଲେ ପ୍ରବାସୀ : ଆନ୍ଧ୍ରରୁ ଡଙ୍ଗା ଯୋଗେ କୋଣାର୍କରେ ଆସି ପହଞ୍ଚିଲେ ୧୪ଜଣ

Published By : Prameya-News7 Bureau | May 12, 2020 IST

କୋଣାର୍କ ୧୨।୫: ପୁଣି ଜଳପଥରେ ଫେରିଲେ । କୋଣାର୍କ ଚନ୍ଦ୍ରଭାଗା ନିକଟରେ ଆଜି ଭୋରୁ ୧୪ ପ୍ରବାସୀ ଡଙ୍ଗା ଯୋଗେ ଆସି ପହଞ୍ଚିଛନ୍ତି । ଏମାନେ ସମସ୍ତେ ତେଲୁଗୁ ବସ୍ତିର ମତ୍ସ୍ୟଜୀବୀ ବୋଲି ଜଣାପଡିଛି ।

{"id":268480,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ୧୪ ଜଣ ପ୍ରବାସୀ ଆନ୍ଧ୍ରପ୍ରଦେଶର ଟୁନି ଅଞ୍ଚଳରୁ ଏକ ଡଙ୍ଗା କିଣି   ୩ ଦିନ ଜଳ ପଥରେ ଯାତ୍ରା କରିବା ପରେ ପହଞ୍ଚିଥିଲେ କୋଣାର୍କ ଚନ୍ଦ୍ରଭଗା କୂଳରେ ।

{"id":268481,"sizeSlug":"large"}

ପରେ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଜଣାଇବା ପରେ ସେଠାରେ କୋଣାର୍କ ପୋଲିସ ଚଦ୍ରଭାଗା ମେରାଇନ ପୋଲିସ ଏବଂ ତହସିଲଦାର ପହଞ୍ଚି ସେମାନଙ୍କୁ ସାନିଟାଇଜ କରାଯିବା ପରେ କ୍ବାରେଣ୍ଟlଇନ୍ ସେଣ୍ଟରରେ ରଖାଯାଇଛି । ଖାଇବା ରହିବା ଅସୁବିଧା ହେବାରୁ ଚାଲି ଆସିଲେ ବୋଲି ପ୍ରବାସୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.