ଛାତ ଉପରୁ ମିଳିଲା ୧୪ ଲକ୍ଷ ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗ୍, ଚକିତ ହୋଇଗଲେ ପରିବାର ଲୋକେ, ତାପରେ...

Published By : Prameya-News7 Bureau | November 12, 2020 IST

ଲକ୍ଷ୍ନୌ,୧୨|୧୧:  ଉତ୍ତର ପ୍ରଦେଶର ମିରଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କ ଛାତ ଉପରେ ଦୁଇଟି ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍ ପଡିଥିବା ଦେଖିବାକୁ ମିଳିଛି । ଏହା ଦେଖି ବ୍ୟକ୍ତିଙ୍କ ସମେତ ସାରା ପରିବାର ଚକିତ ହୋଇଯାଇଥିଲା । ତେବେ ଏହା ଭଗବାନଙ୍କ ଉପହାର ନୁହେଁ ବରଂ ଏକ ଚୋରର କାରନାମା ବୋଲି ସୂଚନା ମିଳିଛି ।

ସୂଚନାନୁସାରେ, ମିରଟର ମିଶନ କମ୍ପାଉଣ୍ଡ ଅଞ୍ଚଳରେ ଥିବା ପବନ ସିଙ୍ଘଲଙ୍କ ଘରୁ ଗତ ଦୁଇ ଦିନ ତଳେ ୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଥିଲା । ଏହି ଚୋରି ଟଙ୍କାରୁ କିଛି ବ୍ୟକ୍ତିଙ୍କ ଛାଡ ଉପରେ ଚୋରମାନେ ଛାଡିଦେଇଥିଲେ । ସଦର ପୋଲିସ ଥାନା ଆଇଆଇସି ଦିନେଶ ବଘେଲଙ୍କ ସୂଚନାନୁସାରେ, ବ୍ୟକ୍ତିଙ୍କ ଛାତରେ ପଡିଥିବା ଦୁଇଟି ବ୍ୟାଗରେ ୧୪ ଲକ୍ଷ ନଗଦ ଅର୍ଥ ଥିଲା । ଏହାସହ ଅନେକ ଅଳଙ୍କାର ମଧ୍ୟ ରହିଥିଲା । ତେବେ ଅହି ଅଳଙ୍କାରର ମୂଲ୍ୟ କେତେ ତାହାର ଆକଳନ ଚାଲିଛି ।

ତେବେ ପବନଙ୍କ ଘରୁ ଚୋରି ହେବାର ଦୁଇ ଦିନ ପରେ ଅର୍ଥାତ ଗତ ବୁଧବାର ତାଙ୍କର ଜଣେ ପଡୋଶୀ ବରୁଣ ଶର୍ମାଙ୍କ ଛାଡ ଉପରେ ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ମିଳିଥିଲା । ନିଜେ ବରୁଣ ସକାଳ ୬ଟାରେ ଛାତକୁ ଯିବା ପରେ ଏହି ଟଙ୍କା ଦେଖିଥିଲେ । ଏନେଇ ସେ ପୋଲିସକୁ ଖବର ଦେଇଥିଲେ ।

ଏନେଇ ବରୁଣ କହିଛନ୍ତି ଯେ, ଏହା ଚୋରି ଟଙ୍କା ବୋଲି ତାଙ୍କର ସନ୍ଦେହଜାତ ହୋଇଥିଲା । ଏହି ଚୋରି ପଛରେ ରାଜୁ ନେପାଳୀନାମକ ଜଣେ ଯୁବକଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । କାରଣ ସେ ୨ ବର୍ଷ ତଳେ ଦିନେଶଙ୍କ ଘରେ ଚାକର ଭାବେ କାମ କରୁଥିଲେ । ନିକଟରେ ସେ ପୁଣି ଦିନେଶଙ୍କ ଘରକୁ ଫେରିଥିଲା । ଏନେଇ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.