Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ବର୍ଷେ ତିଷ୍ଠିଲାନି ବାହାଘର, ସ୍ୱାମୀଙ୍କୁ ଛାଡିଲେ ୧୪କିନ୍ନର : ରେକର୍ଡ ଭାଙ୍ଗିଲା ଗୋଲ୍‌ଡେନ୍‌ ବୁକ୍‌ ଅଫ୍‌ ଓ୍ୱାଲର୍ଡ ରେକର୍ଡ

2/09/2020 at 1:15 PM

 ରାୟପୁର ୦୨।୦୯: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ବୈଧ ବୋଲି ରାୟ ଶୁଣାଇଥିଲେ । ଏହାପରେ କିନ୍ନରମାନଙ୍କ ମାହୋଲରୁ ଖୁସିର ଲହରୀ ଖେଳିଯାଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ପରେ ଛତିଶଗଡ଼ର ରାୟପୁରରେ ଏକ ବଡଧରଣ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ୨୦୧୯ ମସିହା ମାର୍ଚ୍ଚରେ ୧୫ଜଣ କିନ୍ନର ସେମାନଙ୍କର ପୁରୁଷ ବନ୍ଧୁଙ୍କ ସହିତ ବିବାହ କରିଥିଲେ । ଯାହାକି ସେତେବେଳେ ଏକ ଚର୍ଚ୍ଚାର ବିଷୟ ରହିଥିଲା । ଏକାସାଙ୍ଗେ ଏତେ ପରିମାଣର କିନ୍ନର ବିବାହ କରିବା ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା । ଗୋଲ୍‌ଡେନ୍‌ ବୁକ୍‌ ଅଫ୍‌ ଓ୍ୱାଲର୍ଡ ରେକର୍ଡରେ ଏହା ବାହାଘର ସ୍ଥାନ ପାଇଥିଲା । କିନ୍ତୁ ଦୁଃଖର କଥା ହେଉଛି କି ଏହି ନିଜ ପୁରୁଷ ବନ୍ଧୁର ହାତ ଧରି ବିବାହ କରିଥିବା କିନ୍ନରଙ୍କ ବାହାଘର ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିଲାନାହିଁ ।  

ଗତବର୍ଷ ମାର୍ଚ୍ଚ ୩୧ତାରିଖରେ କିନ୍ନରମାନଙ୍କର ଏକ ସାମୂହିକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ୧୫ଜଣ କିନ୍ନରଙ୍କୁ ହାତ ଧରିଥିଲେ ସେମାନଙ୍କର ୧୫ଜଣ ଯୁବକ । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ସାମୂହିକ ବିବାହରେ ସହଯୋଗ କରିଥିଲା । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବିବାହରେ ସାମିଲ ହୋଇଥିଲେ । ଦେଶର ବିଭିନ୍ନ ସ୍ଥାନରୁ କିନ୍ନରମାନେ ଆସି ସାମୂହିକ ବିବାହରେ ସାମିଲ ହୋଇଥିଲେ । ଛତିଶଗଡ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ସ୍ଥାନରୁ କିନ୍ନରମାନେ ଆସି ସାମୂହିକ ବିବାହରେ ଯୋଗ ଦେଇଥିଲେ । ଏହା ମଧ୍ୟରେ ସାମୂହିକ ବିବାହକୁ ୧ବର୍ଷରୁ ଅଧିକ ସମୟ ବିତିଗଲାଣି । ତେବେ ଏହି ବର୍ଷକ ଭିତରେ ସେମାନଙ୍କ ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନା ଆସିସାରିଛି । ସେତେବେଳେ ହୋଇଥିବା ୧୫ଟି ବିବାହ ମଧ୍ୟରୁ ୧୪ଜଣଙ୍କ ଦାମ୍ପତ୍ୟ ଜୀବନ ଭାଙ୍ଗିସାରିଲାଣି । ଆଉ ସେମାନେ ଏକାଠି ଆଉ ରହୁନାହାନ୍ତି । ପରସ୍ପର ଠାରୁ ଅଲଗା ଅଲଗା ହୋଇ ରହିଲେଣି । ୧୫ଜଣଙ୍କ ମଧ୍ୟରୁ ୧୪ଜଣ ନିଜ କିନ୍ନର ପତ୍ନୀଙ୍କୁ ସେମାନଙ୍କ ସ୍ୱାମୀ କିମ୍ବା କିନ୍ନର ପତ୍ନୀମାନେ ସେମାନଙ୍କ ସ୍ୱାମୀମାନଙ୍କୁ ଛାଡି ଦେଇଛନ୍ତି । ୧୫ଜଣଙ୍କ ମଧ୍ୟରୁ ଜଣେ କିନ୍ନର କେବଳ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ତାଙ୍କ ଘର ରାୟଗ଼ଡ଼ ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ଯେଉଁ କିନ୍ନରମାନେ ବିବାହ କରିଥିଲେ, ସମସ୍ତେଙ୍କ ଏସଆରଏସ୍ ଅପରେସନ ଦ୍ୱାରା ମହିଳାରେ ପରିବର୍ତ୍ତନ କରାଯାଇଥିଲା। ଏହାପରେ ସେମାନଙ୍କର ସାମୂହିକ ବିବାହ ହୋଇଥିଲା। ଅପରେସନ ପରେ ସେମାନେ ଶାରୀରିକ ଭାବରେ ତ ମହିଳା ହୋଇଥିଲେ, କିନ୍ତୁ ସେମାନଙ୍କୁ ମହିଳାଙ୍କ ଅଧିକାର ମିଳି ନଥିଲା। ସର୍ଜରୀ ପରେ ସେମାନେ ଯଦିଓ ମହିଳାରେ ପରିଣତ ହୋଇଛନ୍ତି । ତଥାପି ସରକାରୀ ଦସ୍ତାବିଜରେ ସେମାନେ ଏବେ ବି କିନ୍ନର ରହିଛନ୍ତି। ତେଣୁ ମହିଳାଙ୍କ ନିମନ୍ତେ ହୋଇଥିବା ଆଇନ ଅନୁସାରେ ସେମାନଙ୍କୁ ସହାୟତା ମିଳିପାରୁ ନାହିଁ।

   Related Posts