ପିଓକେରେ ପାକ୍ ପ୍ରଧାନମନ୍ତ୍ରୀ ଜିହାଦ ମାର୍ଚ୍ଚ ପାଇଁ ଦେଲେ ଡାକରା, ଏପଟେ କାଶ୍ମୀରରେ ଗ୍ରେନମାଡରେ ୧୪ ଆହତ

Published By : Prameya-News7 Bureau | October 05, 2019 IST

କାଶ୍ମୀର୫|୧୦: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠିବାକୁ ପୁରିଛି ୨ ମାସ ।କିନ୍ତୁ ଗତ ୨ ମାସ ଧରି ଶାନ୍ତ ଥିବା ଜାମ୍ମୁ କାଶ୍ମୀରରେ ଆଜି ଯେମିତି ଅଶାନ୍ତିର ହାୱା ବହିଛି ।ଅନନ୍ତନାଗରେ ଡେପୁଟୀ ପୋଲିସ କମିଶନରଙ୍କ ଅଫିସ ଉପରକୁ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।ଏଥିରେ ୧୪ ଜଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳକ, ଜଣେ ସାମ୍ବାଦିକ ଓ ଜଣେ ପୋଲିସ କର୍ମଚାରୀ ଅଛନ୍ତି ।…

{"id":166682}

ଅଗଷ୍ଟ ୫ରୁ ଅକ୍ଟୋବର ୫ ।ଏହି ୨ ମାସ ଭିତରେ ଚର୍ଚ୍ଚାର କେନ୍ଦ୍ରରେ ରହିଆସିଛି ଜାମ୍ମୁ କାଶ୍ମୀର ।ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁ କାଶ୍ମୀରର ବିଭାଜନ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପରଠାରୁ ଅନେକ ଘଟଣାକ୍ରମ ରହିଥିଲେ ମଧ୍ୟ ସେଠାକାର ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଆସିଛି ।କିନ୍ତୁ ଯେତେବେଳେ ଧାରା ୩୭୦ ଉଚ୍ଛେଦର ୨ ମାସ ପୁର୍ତ୍ତିରେ କେନ୍ଦ୍ର ସରକାର ଟିକେ ଶାନ୍ତିରେ ନିଶ୍ବାସ ମାରିଛନ୍ତି ସେତେବେଳେ ହଠାତ୍‌ ଆତଙ୍କବାଦୀ ଆରମ୍ଭ କରିଦେଇଛନ୍ତି ଜୋରଦାର ହମ୍‌ଲା ।

{"id":166683}

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଟାଉନସିପ୍‌ରେ ଥିବା ଡେପୁଟୀ କମିଶନରଙ୍କ ଅଫିସ ଉପରେ ହୋଇଛି ଗ୍ରେନେଡ୍ ଆକ୍ରମଣ ।ଆଜି ସକାଳ ପ୍ରାୟ ୧୧ଟା ବେଳେ କଡ଼ା ସୁରକ୍ଷା ବଳୟରେ ଥିବା ଡେପୁଟୀ କମିଶନରଙ୍କ ଅଫିସ ଉପରକୁ ବୋମା ଫିଙ୍ଗିଛନ୍ତି ଆତଙ୍କବାଦୀ ।ପାଟ୍ରୋଲିଂ ପାର୍ଟିକୁ ଟାର୍ଗେଟ୍‌ କରି ବୋମାମାଡ଼ ହୋଇଥିଲେ ମଧ୍ୟ ତାହା ରାସ୍ତା ଉପରେ ପଡ଼ିବାରୁ ଏଥିରେ ୧୪ ଜଣ  ଆହତ  ହୋଇଛନ୍ତି ।ଆହତଙ୍କ ଭିତରେ ଜଣେ ୧୨ ବର୍ଷର ବାଳକ, ଟ୍ରାଫିକ ପୋଲିସ କର୍ମଚାରୀ ଏବଂ ଜଣେ ସ୍ଥାନୀୟ ସାମ୍ବାଦିକ ଅଛନ୍ତି ।…

{"id":166684}

ଗୋଟିଏ ପଟେ କାଶ୍ମୀର ଘାଟୀରୁ ଧିରେ ଧିରେ କର୍ଫ୍ୟୁ ହଟୁଥିବା ବେଳେ ଆତଙ୍କବାଦୀ ଆକ୍ରମଣ ବଢ଼ିବାର ଆଶଙ୍କା ରହିଛି ।ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକ୍‌ ଅଧିକୃତ କାଶ୍ମୀରରୁ ଜିହାଦ୍‌ ମାର୍ଚ୍ଚ ଡାକରା ଦେଇଛନ୍ତି ।ଯାହାକି ସ୍ବାଭାବିକ ବ୍ୟବହାର ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଛି ।….

{"id":166686}

କାଶ୍ମୀର ଘାଟୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବଢ଼ି ଚାଲିଥିବା ବେଳେ ଜେକେଏଲ୍ଏଫ୍ ମୁଖ୍ୟ ୟାସିନ ମାଲିକ୍ ଏବଂ ୪ ଅନ୍ୟ କାଶ୍ମୀରୀ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଏନଆଇଏ ଦାଖଲ କରିଛି ଅତିରିକ୍ତ ଚାର୍ଜସିଟ୍ । ୩ହଜାର ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ରହିଛି ପାକିସ୍ତାନ ହାଇକମିଶନଙ୍କ ନାଁ । ତାଙ୍କ ବିରୋଧରେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ଲାଗି ଫଣ୍ଡ ଟ୍ରାନ୍ସଫର କରିବା ଭଳି ସଂଗୀନ ଅଭିଯୋଗ ଆଣିଛି ଏନଆଇଏ ।

{"id":166687}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.