ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ୧୪ ହାତୀପଲ : ଜନଜୀବନ ଅସ୍ତବ୍ୟସ୍ତ

Published By : Prameya-News7 Bureau | November 15, 2018 IST

କଟକ ୧୫/୧୧: ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ୧୪ ହାତୀପଲ ମାଡ଼ିଆସିଛନ୍ତି। ମହାନଦୀରେ ନିର୍ମିତ ମଧୂସୁଦନ ସେତୁର ନୂଆପାଟଣା ଦେଇ ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ସକାଳୁ  ହାତୀପଲ ଉକ୍ତ ରାସ୍ତା ଦେଇ ଯାଉଥିବା ପଥଚାରୀ ଭୟଭୀତହେଉଛନ୍ତି। କିଛି ସମୟ ପାଇଁ ଯାତାୟାତ ଠପ୍ ହୋଇପଡିଥିଲା। ଗତକାଲି କଟକ ସହରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ବନବିଭାଗ ଆଠଗଡ଼ ବନଖଣ୍ଡ କୁ ଘ‌ଉଡାଇବା ପରେ ହାତୀ ପଲ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ଧରି ଚନ୍ଦକା ଅଭୟାରଣ୍ୟ ରୁ ଆସି ଏହି ହାତୀପଲ ଆଠଗଡ଼ ବନଖଣ୍ଡରେ ଆତଙ୍କ ସୃଷ୍ଟି କରିଛନ୍ତି। ତେବେ ଏହି ହାତୀ ପଲଙ୍କ ଦୈାରାତ୍ମ୍ୟ ରୁ ସୁରକ୍ଷା ଦେବାପାଇଁ ବନବିଭାଗ ଏକପ୍ରକାର ବିଫଳ ହୋଇଥିବା ଦେଖିବାକୁ ମିଳିଛି।ତେବେ ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ଲୋକେ ବନବିଭାଗ କୁ ଜଣାଉଥିଲେ ମଧ୍ୟ ବନବିଭାଗର କୈାଣସି ଅଧିକାରୀ ଙ୍କ ଦେଖା ଦର୍ଶନ ମିଳୁନାହିଁ।କେବଳ କିଛି ହାତୀ ଜଗୁଆଳି ଙ୍କୁ ଛାଡିଦେଲେ ବନବିଭାଗ ପକ୍ଷରୁ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚୁ ନଥିବା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.