Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଲକଡାଉନ୍ ଯୋଗୁଁ ବଢ଼ିଲା ଅନଲାଇନ୍ କାରବାର: କାମ ପ୍ରେସରରୁ ଚାଲିଗଲା ୧୪ ଜଣ ଡେଲିଭରୀ ବଏଙ୍କ ଜୀବନ

5/11/2020 at 4:06 PM

ନୂଆଦିଲ୍ଲୀ ୦୫/୧୧ : କରୋନା ସଂକ୍ରମଣ ଯୋଗୁଁ ଦୁନିଆର ଏକ ନୂଆ ଆରମ୍ଭ ହୋଇଛି କହିଲେ କିଛି ଭୁଲ ହେବନାହିଁ। ମହାମାରୀ ବିସ୍ତାର ରୋକିବାକୁ ଦୁନିଆର ଅନେକ ଦେଶରେ ଲକଡାଉନ ଜାରି କରାଯାଇଥିଲା। ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ଚାକିରୀ ଚାଲିଗଲା। କିନ୍ତୁ ଲକଡାଉନ କୋହଳ ହେବାପରେ କାମ ଚାପ ଏତେ ବଢିଯାଇଛି ଯେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଦକ୍ଷିଣ କୋରିଆରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। କାର୍ଯ୍ୟ ଚାପବଢିଯିବାରୁ ୧୪ ଜଣ ଡେଲିଭରୀ ବଏଙ୍କ ଜୀବନ ଚାଲିଯାଇଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆରେ ବର୍ତ୍ତମାନ କାମ ଚାପ ଏତେ ବଢିଯାଇଛି ଯେ ପାଖାପାଖି ୧୪ ଡେଲିଭରୀ ବଏଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଦେଶବାସୀ ଚକିତ। ଶ୍ରମିକ ସଂଗଠନ ଅନୁଯାୟୀ, ଅଧିକ କାମ କରିବା ଯୋଗୁଁ ଏହି କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଡେଲିଭରୀ ବଏ ଥିଲେ।

ରିପୋର୍ଟରେ କୁହାଯାଇଛି ଯେ, ଏହି ସମସ୍ତ ଡେଲିଭରୀ ବଏ ଲୋକେ ଅନଲାଇନରେ ଅର୍ଡର କରିଥିବା ଜିନିଷ ଡେଲିଭର କରିବା କାମ କରୁଥିଲେ। କିନ୍ତୁ ଗତ ମାସ ହେଲା ଅନଲାଇନ ଅର୍ଡର ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଫଳରେ ଡେଲିଭରୀ ବଏଙ୍କ ଉପରେ କାମର ଚାପ ମଧ୍ୟ ବୃଦ୍ଧି ପାଇଛି।

ବିବିସିରେ ପ୍ରକାଶିତ ଏକ ରିପୋର୍ଟରେ ୩୬ ବର୍ଷୀୟ ଜଣେ ଡେଲିଭରୀ ବଏ କିମ ଡୁକଙ୍କ ମୃତ୍ୟୁର କାରଣ ଚିନ୍ତା ବୋଲି କୁହାଯାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ କାମ ପ୍ରେସର ଯୋଗୁଁ ତାଙ୍କୁ ଦିନକୁ ୨୧ ଘଣ୍ଟିଆ ସିଫ୍ଟ କରିବାକୁ ପଡୁଥିଲା। ୪୦୦ ପ୍ୟାକେଟ୍ ଗ୍ରାହକଙ୍କୁ ପହଞ୍ଚାଇବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଦିନ ସେ ଭୋର ୫ଟା ରୁ କାମ ଆରମ୍ଭ କରିଥିଲେ। ସେ ନିଜର ଜଣେ ସାଙ୍ଗକୁ ମେସେଜ ମଧ୍ୟ କରିଥିଲେ ଯେ କାମ ପ୍ରେସର ଅଧିକ ଥିବାରୁ ସେ ଚାକିରୀ ଛାଡିବା ପାଇଁ ଚାହୁଁଛନ୍ତି।

ସମସ୍ତ ମୃତକଙ୍କ ପରିବାର ଲୋକ କହିଛନ୍ତି ଯେ ଅଧିକ କାମ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଛି। କାମ ପ୍ରେସର୍ ଯୋଗୁଁ ହୃଦଘାତରେ ସେମାନଙ୍କ ମୃତ୍ୟୁ ହୋଇଛି।

   Related Posts