୧୩ ସଂକ୍ରମିତ ଜିଲ୍ଲାରୁ ଲୋକ ଆସିବା ଉପରେ ରୋକ, ଆସିଲେ ୧୪ଦିନିଆ କ୍ୱାରେଣ୍ଟାଇନ୍‌

Published By : Prameya-News7 Bureau | July 11, 2020 IST

ମାଲକାନଗିରି ୧୧।୦୭ : ସମଗ୍ର ଦେଶ ଓ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସେଥିରୁ ବାଦ ପଡ଼ିନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ସେଥି ନିମନ୍ତେ ସବୁ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାକୁ ଅଧିକ ମାତ୍ରାରେ  କରୋନା ସଂକ୍ରମିତ ହୋଇଥିବା ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।

wp:html /wp:html

ଯଦି ଏହି ୧୩ ଜିଲ୍ଲାରୁ କେହି ଆସନ୍ତି ତେବେ ସେମାନଙ୍କୁ ପ୍ରଥମେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡିବ । ଅଧିକ କରୋନା ସଂକ୍ରମଣ ହୋଇଥିବା ୧୩ ଜିଲ୍ଲା ଗୁଡିକ ମଧ୍ୟରେ ଖୋର୍ଦ୍ଧା, ଯାଜପୁର, କଟକ, ଗଞ୍ଜାମ, ଭଦ୍ରକ, ପୁରୀ, ଢେଙ୍କାନାଳ,ବାଲେଶ୍ବର, ନୟାଗଡ଼, କେନ୍ଦ୍ରାପଡ଼ା, ଗଜପତି, ଜଗତସିଂହପୁର, ସୁନ୍ଦରଗଡ଼ ରହିଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.