୧୫ ହଜାର ଟଙ୍କାରେ ୧୪ ଦିନର ଶିଶୁ କନ୍ୟାକୁ ବିକ୍ରି

Published By : Prameya-News7 Bureau | July 26, 2018 IST

୧୪ ଦିନର ଶିଶୁ କନ୍ୟାକୁ ବିକ୍ରି । ଅଭିଯୋଗ ଆସିଛି ଜଗତସିଂହପୁର ଅଚ୍ୟୁତପୁର ଗାଁରୁ । ଘଟଣା ଜଣାପଡ଼ିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଶିଶୁ କନ୍ୟା ବିକ୍ରି ଘଟଣାକୁ କିନ୍ତୁ ଅସ୍ବୀକାର କରିଛନ୍ତି ତାର ବାପା-ମା । ୧୪ ଦିନର ଶିଶୁ କନ୍ୟାକୁ ୧୫ ହଜାର ଟଙ୍କାରେ ବିକ୍ରି କରିଛନ୍ତି ବାପା ମା | ଅଚ୍ୟୁତପୁର ଗାଁର ଭରତ ସାମଲଙ୍କ ସ୍ତ୍ରୀ ମାନସୀ ସାମଲ ୭ ତାରିଖ ଦିନ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ | ସନ୍ତାନ ପ୍ରସବ ପରେ ମା ଓ ଶିଶୁ ଘରକୁ ଫେରିଥିଲେ | ତେବେ ଆଶା କର୍ମୀ ପ୍ରତିଦିନ ତାଙ୍କ ଘରକୁ ଯାଇ ଶିଶୁର ସ୍ୱାସ୍ଥ୍ୟବସ୍ଥା ଯାଇ ବୁଝୁଥିଲେ | ତେବେ ହଠାତ ୨୪ ତାରିଖ ଦିନ ଆଶା କର୍ମୀ ଭରତଙ୍କ ଘରକୁ ଯାଇଥିଲେ ମଧ୍ୟ ଶିଶୁ କନ୍ୟା ଘରେ ନଥିଲା | ତେବେ ଜଣେ ସମ୍ପର୍କୀୟଙ୍କୁ ଶିଶୁ ଟି କୁ ଦେଇଦେଇଥିବା କହିଥିଲେ ଭରତ | ତେବେ ଶିଶୁ ଟିକୁ ବିକ୍ରି କରିଦେଇଥିବା ଆଶା କର୍ମୀ ସନ୍ଦେହ କରିଥିଲେ | ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ଶିଶୁଟି କୁ ଉଦ୍ଧାର କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.