ବାହାର ରାଜ୍ୟକୁ ହେଉଥିଲେ ଚାଲାଣ, ଉଦ୍ଧାର ହେଲେ ୧୪ ଦାଦନ ଶ୍ରମିକ

Published By : Prameya-News7 Bureau | October 25, 2021 IST

ପାଟଣାଗଡ଼ ୨୫।୧୦: ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । ୧୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବେଲପଡ଼ା ଥାନା ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ ।  ସମସ୍ତ ଉଦ୍ଧାର ଶ୍ରମିକଙ୍କ ପଚରାଉଚରା ଜାରି ରଖିଛି ପୋଲିସ ।

ଖବର ଅନୁଯାୟୀ, ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲେ । ଏହି ସୂଚନା ଆଧାରରେ ବେଲପଡ଼ା ପୋଲିସ ବେହେରାମୁଣ୍ଡା ନିକଟସ୍ଥ ଦୋରାମୁଣ୍ଡି ଜଙ୍ଗଲରେ ଚଢାଉ କରିଥିଲା । ଏହି ଚଢାଉରେ ୧୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ  । ଏହାସହିତ ବେହେରାମୁଣ୍ଡା ଗାଁର ସର୍ଦ୍ଦାର ଧରମେନ୍ଦ୍ର ବାଗ୍‌କୁ ଅଟକ ରଖିଛି ପୋଲିସ । ସମସ୍ତ ଶ୍ରମିକଙ୍କୁ ଅଧିକ ଯାଞ୍ଚ ପାଇଁ ଥାନାକୁ ଆଣିଥିଲେ ପୋଲିସ । ଶ୍ରମିକମାନେ ବଲାଙ୍ଗୀର ନିକଟସ୍ଥ ଫାସଡ଼ ଗାଁର ବୋଲି ଜଣାପଡିଛି । ଏହାପରେ ପୋଲିସ ସମସ୍ତ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.