ଥାନା ଅଞ୍ଚଳରେ ଫାଙ୍କା ଗୁଳିଚାଳନା, ୩ ଗ୍ୟାଙ୍ଗର ୧୪ ଗିରଫ

Published By : Prameya-News7 Bureau | October 09, 2020 IST

ସମ୍ବଲପୁର ୯।୧୦ : ଧନୁପାଲି ଥାନା ଅଂଚଳରେ ଫାଙ୍କା ଗୁଳିଚାଳନା ପରେ ପୋଲିସର ଧରପଗଡ ଜୋରଦାର । ପୂଜା ପାଇଁ ସ୍ପେସାଲ ଧରପଗଡ ଅଭିଯାନ ଆରମ୍ଭ କରିଛି ସମ୍ବଲପୁର ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ସମ୍ବଲପୁର ପୋଲିସ ୩ଟି ଗ୍ୟାଙ୍ଗର ୧୪ ଜଣକୁ ଗିରଫ କରିଛି । ୩ଟି ଡକାୟତି ଯୋଜନାକୁ ପଣ୍ଡ କରିଛି ସମ୍ବଲପୁର ପୋଲିସ ।

ଏମାନଙ୍କ ନାଁରେ ସମ୍ବଲପୁର ଟାଉନଥାନା, ଧନୁପାଲି ଥାନା, ଅଇଁଠାପାଲି ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଛି । ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଂଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି । ଏହା ସହ ଏହି ଅଭିଯୁକ୍ତମାନଙ୍କଠାରୁ ଭୁଜାଲି, ଛୁରୀ, ମାସ୍କ ଇତ୍ୟାଦି ଜବତ ହୋଇଛି । ସେପେଟେ ଫାଙ୍କା ଗୁଳିଚାଳନା ଘଟଣାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.