ବେଆଇନ ଚାଲାଣ ବେଳେ ୧୪ଟି ଗୋରୁ ଉଦ୍ଧାର , ଗାଡି ଛାଡି ଡ୍ରାଇଭର ଛୁ

Published By : Prameya-News7 Bureau | June 19, 2020 IST


ଭଦ୍ରକ ୧୯।୦୬: ବେଆଇନ ଗୋରୁ ଚାଲାଣ ବେଳେ ଗାଁ ଲୋକଙ୍କ ଦ୍ଵାରା ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ ହୋଇଛି । ଗାଡିକୁ ଜବତ କରି ପୋଲିସର ଜିମା ଦେଲେ ଗ୍ରାମବାସୀ । ଭଦ୍ରକ ସହର ର ଚରମ୍ପା ଅଞ୍ଚଳ ରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

{"id":288311,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ଭୋର ସମୟରେ ଏକ ପିକଅପ ଭଦ୍ରକ ଟାଉନଥାନା ଅଧିନସ୍ଥ ବରାଳପୋଖରୀ ଗାଁ ମଧ୍ୟ ଦେଇ ଆସିଥିଲା । ସ୍ଥାନୀୟ ଲୋକେ ଗାଡିକୁ ଅଟକାଇବାରୁ ଗାଡିକୁ ଛାଡି ଡ୍ରାଇଭର ଓ ଅନ୍ୟ ଜଣେ ସେଠାରୁ ଦୌଡ଼ି ପଳାଇଯାଇଥିଲେ । ଗାଁ ଲୋକେ ଗାଡିରୁ ୧୪ ଗୋରୁଙ୍କୁ ଉଦ୍ଧାର କରିଥିଲେ । ପରେ ଭଦ୍ରକ ଟାଉନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୧୪ଗୋରୁଙ୍କୁ ଉଦ୍ଧାର କରିବା ସହ ପିକଅପ ଗାଡିକୁ ଜବତ କରିଥିବା ସୂଚନା ମିଳିଛି । ପୂର୍ବରୁ ବହୁଥର ବେଆଇନ ଗୋରୁ ବୋଝେଇ ଗାଡି ରାଜପଥ ଓ ଅନ୍ୟ ରାଜ୍ୟ ରାଜପଥ ଗୁଡିକରୁ ଜବତ ହୋଇଛି । କିନ୍ତୁ ଏବେ ଗୋଚାଲାଣକାରୀ ଏବେ ଗ୍ରାମଞ୍ଚଳ ରାସ୍ତାରେ ବେଆଇନ ଗୋରୁ ଚାଲାଣ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.