Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସରକାରୀ ହସ୍ପିଟାଲରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ, ଜିଲ୍ଲା ପ୍ରଶାସନ ଏବଂ କର୍ତ୍ତୃପକ୍ଷଙ୍କ ଉପରେ ଆସିଲା ଏମିତି ଅଭିଯୋଗ

2/05/2021 at 5:30 PM

ନୂଆଦିଲ୍ଲୀ ୨/୫: ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ଖବର ଥମିବାର ନାଁ ଧରୁନି। ଏବେ ଏନେଇ ଏକ ଖବର ଆନ୍ଧ୍ରପ୍ରଦେଶର ଏକ ସରକାରୀ ହସ୍ପିଟାଲରୁ ସାମ୍ନାକୁ ଆସିଛି। ଶନିବାର ଅକ୍ସିଜେନ୍‌ ଅଭାବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି।

ଅନନ୍ତପୁର ସରକାରୀ ଜେନେରାଲ ହସ୍ପିଟାଲରେ ଏହି ଘଟଣା ଘଟିଥିବା ବେଳେ ସହରରେ ଭୟର ବାତାବରଣ ଖେଳିଯାଇଛି। ଏବେ ସୁଦ୍ଧା ହସ୍ପିଟାଲ ପକ୍ଷରୁ ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ। କିନ୍ତୁ ହସ୍ପିଟାଲରେ ଉପସ୍ଥିତି ଲୋକଙ୍କ ଅନୁସାରେ ଅକ୍ସିଜେନ୍‌ ଅଭାବ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଜିଲ୍ଲା ପ୍ରାଶସନ ଏହି ଅଭିଯୋଗକୁ ଖଣ୍ଡନ କରିଛି।

ଖବର ମିଳିବା ପରେ ଜିଲ୍ଲାପାଳ ହସ୍ପିଟାଲରେ ପହଞ୍ଚିଛନ୍ତି। ଅକ୍ସିଜେନ୍‌ ଅଭାବ ଖବର ଏକ ଗୁଜବ ହୋଇଥିବା ବେଳେ କରୋନରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି। ହସ୍ପିଟାଲରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ତାଙ୍କ ସହ ଅକ୍ସିଜେନ୍‌ ଅଭାବର କୌଣସି ସମ୍ପର୍କ ନାହିଁ ବୋଲି ଅତିରିକ୍ତ ଜିଲ୍ଳାପାଳ କହିଛନ୍ତି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସମସ୍ତଙ୍କ ବୟସ ଅଧିକ ହୋଇଥିବା ବେଳେ ଅନ୍ୟାନ୍ୟ ରୋଗ ଥିଲା ବୋଲି ସେ କହିଛନ୍ତି।

   Related Posts