୧୪ ବର୍ଷ ବାଳକର ମୃତ୍ୟୁ ଘଟଣା: ବାପା-ମାଆ କହିଲେ, ସେ କାହାର, କି ଦୋଷ କରିଥିଲା, ତାକୁ ମାରି ଗଛରେ ଟାଙ୍ଗି ଦେଲେ ?

Published By : Prameya-News7 Bureau | August 11, 2020 IST

ଭଦ୍ରକ୧୧/୮: ଆମ ପୁଅ ଶୁଭମ୍ ଆତ୍ମହତ୍ୟା କରି ନାହିଁ, ତାକୁ ହତ୍ୟା କରାଯାଇଛି। ଦୋଷୀଙ୍କ ବିରୋଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଏପରି କି ଏହି ଘଟଣାରେ ପ୍ରକୃତ ତଦନ୍ତ  ହେଉ ନଥିବା ମୃତ ଶୁଭମଙ୍କ ବାପା-ମାଆ ଅଭିଯୋଗ କରିଛନ୍ତି। ଏଭଳି ଅନେକ ସଂଗୀନ ଅଭିଯୋଗ ନେଇ ମୃତ ଶୁଭମଙ୍କ ବାପା-ମାଆ ସାମ୍ବାଦିକ ସମ୍ମିଳନୀ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ମୃତ ଶୁଭମ ପ୍ରଧାନର ବୟସ ୧୪ ବର୍ଷ। ଭଦ୍ରକ ଜିଲ୍ଲା ଧୁସୁରି ଥାନା ଝାରଡ଼ିଆ ଗାଁରେ ତାଙ୍କ ଘର । ମିଳିଥିବା ସୂଚନା ଅନୁସାରେ ବାପାଙ୍କ ସହ ଶୁଭମ ରଟନ୍ତକାଳୀ ବୁଲିବାକୁ ଯାଇଥିଲା। ପୁଣି ସେଠାରୁ ଫେରି ସାଇକେଲ ଚଳାଇ ମାମୁ ଘରକୁ ଯାଇଥିଲେ।

{"id":313080,"sizeSlug":"large"}

ଏହା ପରେ ପୁଅ କୁଆଡ଼େ ଚାଲିଗଲା ଭାବି ବାପା-ମାଆ ତାଙ୍କ ମାମୁଁ ଘରକୁ ଫୋନ କରି ଶୁଭମ କଥା ପଚାରି ବୁଝିଥିଲେ। ଏହା ପରେ ମାମୁଁ ଘର ଲୋକେ କହିଥିଲେ ଯେ, ଶୁଭମ ଆସି ନାହିଁ। ଏହାପରେ  ବନ୍ଧୁ ବାନ୍ଧବ ସମସ୍ତ ଘରେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କ ପତ୍ତା ମିଳି ନଥିଲା।  ନିଖୋଜର ପାଞ୍ଚ ଦିନ ପରେ ନଦୀକୂଳରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଶୁଭମଙ୍କ ମୃତଦେହ ମିଳିଥିଲା। ଶୁଭମର ସ୍କୁଲ ଖାତାରୁ ୨ ଜଣ ଅଜଣା ଲୋକ ତାକୁ ଫୋନରେ ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଜଣେ ୧୪ ବର୍ଷ ପିଲାକୁ କିଏ ମାରି କରି ଗଛରେ ଟାଙ୍ଗି ଦେଲା? ସେ କାହାର କି ଦୋଷ କରିଥିଲା? ଏମିତି କ୍ଷୋଭ ପ୍ରକାଶ କରିଛନ୍ତି ବାପା-ମାଆ।

{"id":313082,"sizeSlug":"large"}

ତେବେ ଧୁସୁରି ପୋଲିସ ତଦନ୍ତ ସମୟରେ ନମ୍ବର ମଧ୍ୟ ପାଇଥିବା କହିଛନ୍ତି ଶୁଭମର ପରିବାର ଲୋକେ  । କିନ୍ତୁ ପରେ ତଦନ୍ତରେ ଶିଥିଳତା ଅନୁଭବ କରୁଛନ୍ତି ଶୁଭମର ବାପା - ମାଆ । ସାମ୍ବାଦିକ ସମ୍ମିଳନୀରେ ଶୁଭମଙ୍କ ବାପା-ମାଆ କହିଛନ୍ତି ଯେ, ତାଙ୍କ ପୁଅର ମୃତ୍ୟୁଘଟଣାରେ ସଠିକ୍ ଭାବେ ତଦନ୍ତ କରାଯାଉ ନାହିଁ। ବାପା-ମାଆ ଦୁହେଁ ଆହୁରି ମଧ୍ୟ କହିଛନ୍ତି, ଯଦି ଆଗାମୀ ଦିନରେ ତାଙ୍କ ପୁଅର ହତ୍ୟାକାରୀକୁ ଗିରଫ ନ କରାଯାଏ, ତେବେ ପୋଲିସ୍ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଦେବେ ବୋଲି ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.