ବୟସ ହେଲାଣି ୧୩ ବର୍ଷ, ହେଲେ ଖାଲି ଅମୁଲ ଆଉ ଚିନି ଖାଇ ବଞ୍ଚୁଛି ଏହି ନାବାଳକ

Published By : Prameya-News7 Bureau | December 20, 2018 IST

ଟାଙ୍ଗି୨୦|୧୨: ଅମୁଲ-ଚିନିରେ ବିତୁଛି ୧୩ ବର୍ଷ ବୟସ୍କ ବାଳକର ଜୀବନ ।   ଦିନେ ନୁହେଁ ଓଳିଏ ନୁହେଁ , ମାସେ ନୁହେଁ କି ଦୁଇ/ଚାରି ମାସେ ନୁହେଁ ,ଏକା ବେଳକେ ୧୩ ବର୍ଷ ହେଲା ଅମୁଲ-ଚିନି ରେ ବିତୁଛି ଜୀବନ । ଦୀର୍ଘ ୧୩ ବର୍ଷ ହେଲା ଭାତ-ଡାଲି-ତରକାରୀ କିମ୍ବା ଅନ୍ୟାନ୍ୟ ଖାଦ୍ୟର ସ୍ଵାଦ ଚାଖି ପାରିନି  ନାବାଳକ ବିବେକ । ବିବେକ ଏବେ ୪ର୍ଥ ଶ୍ରେଣୀର ଛାତ୍ର । ବିବେକର ଖାଦ୍ୟ ନଳୀରେ ତ୍ରୁଟି ଥିବାରୁ ସେ କୌଣସି ଖାଦ୍ୟ ଖାଇପାରି ନଥାଏ ।   

wp:gallery {"ids":[65664]} /wp:gallery

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟପୁର ଝାଟିନୂଆଗାଁ ଗୋବର୍ଦ୍ଧନପୁର କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀର ଛାତ୍ର ବିବେକ ମଣ୍ଡଳ । ଯେତେବେଳେ ସ୍କୁଲର ସମସ୍ତ ଛାତ୍ର-ଛାତ୍ରୀ ସରକାରଙ୍କ ମଧ୍ୟାହ୍ନ ଭୋଜନ ଖାଉଛନ୍ତି, ଠିକ ସେତିକିବେଳେ ବିବେକ ଖାଏ ଅମୁଲ-ଚିନି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅମୁଲ-ଚିନିରେ କ୍ଷୀର ପ୍ରସ୍ତୁତ କରି ବିବେକକୁ ପିଇବାକୁ ଦେଇଥାନ୍ତି । ସେଥିପାଇଁ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମମତାଜ ବେଗମ ଏବେ ସରକାର ସାହାଯ୍ୟ କରିବାକୁ ଦାବୀ କରିଛନ୍ତି ।

wp:gallery {"ids":[65665]} /wp:gallery

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟପୁର ପଞ୍ଚାୟତ ଝାଟି ନୂଆଗାଁ ଗ୍ରାମର ପରିତୋଷ ମଣ୍ଡଳଙ୍କ ପରିବାର। ପରିତୋଷ ମଣ୍ଡଳଙ୍କ ଏକ ମାତ୍ର ପୁଅ ବିବେକ [୧୩ ] , ଚିଲିକାରୁ ମାଛ ଧରିବା ଓ  ମୂଲ-ମଜୁରୀରେ ନିଜ ପରିବାର ପ୍ରତିପୋଷଣ କରନ୍ତି । ପୁଅର ଏଭଳି ଅବସ୍ଥା ଦେଖିବା ପରେ ନୀରୁପାୟ , ଆର୍ଥିକ ଅନାଟନ ଯୋଗୁଁ ପୁଅର ଚିକିତ୍ସା କରିବା ମୁସ୍କିଲ । ସରକାରୀ ସାହଯ୍ୟ-ସହଯୋଗ ପାଇଁ ଏଠାକୁ-ସେଠାକୁ ଧାଇଁଲେ , ମାତ୍ର ନୀରକ୍ଷର ଥିବାରୁ ଫଳ ହେଲା  ଶୂନ । ଠିକ ଏତିକିବେଳେ ଟାଙ୍ଗୀ କଲେଜର ଜଣେ ଅଧ୍ୟାପକ ରଞ୍ଜନ ମହାପାତ୍ର ସେମାନଙ୍କ ନିକଟରେ ପହଞ୍ଚି ସରକାରୀ ସାହାଯ୍ୟ ପାଇବାର ବାଟ ଦେଖାଉଛନ୍ତି ।

wp:gallery {"ids":[65666]} /wp:gallery

ଏତେ ସବୁ ଯନ୍ତ୍ରଣା ସତ୍ତ୍ବେ ବିବେକ ନିଜେ ଶିକ୍ଷିତ ହେବା ଓ ବିବେକକୁ ଶିକ୍ଷିତ କରାଇବାରେ ଆପ୍ରାଣ ଚେଷ୍ଠା ଜାରି ରଖିଛନ୍ତି ବିବେକର  ମା’ । ପୁଅର ଏଭଳି ଅବସ୍ଥା କଥା ପଚାରିଲେ କାନ୍ଦି-କାନ୍ଦି ସାହାଯ୍ୟ ଭିକ୍ଷା କରନ୍ତି ବିବେକର  ମା’ ସରସ୍ଵତୀ ମଣ୍ଡଳ।  

wp:gallery {"ids":[65667]} /wp:gallery

 

ନିଜର ଘର ନାହିଁ , ପରିବାରକୁ ଦୁଇ ଓଳି ଦୁଇମୁଠା ଖାଇବାକୁ ଦେବା ମୁସ୍କିଲ ଏବଂ  ଜୀବନ ସଂଘର୍ଷରେ କିଭଳି କଷ୍ଟେ-ମଷ୍ଟେ ନିଜ ପରିବାରକୁ ବଞ୍ଚାଉଛନ୍ତି ତାହା ବଖାଣିଛନ୍ତି ବିବେକର ବାପା ପରିତୋଷ ମଣ୍ଡଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.